ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ ଟି କେ ପି ଟିମ ବିଜୟୀ।

ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ ଟି.କେ.ପି ଟିମ ବିଜୟୀ।
କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ତୃତୀୟ ଦିନର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ କ୍ରୀଡ଼ାବିତ ଟି. ହରିଶ୍ଚନ୍ଦ୍ର ରାଓ, ପ୍ରକାଶ ଚନ୍ଦ୍ର ନାୟକ ଓ ସେକ ଖୁରସିଦ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦୁଇ ଦଳର ଖେଳାଳି ମାନଙ୍କ ସହ ପରିଚିତ ହୋଇଥିଲେ l

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦର ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ l ତୃତୀୟ ଦିନର ଖେଳରେ ଟି.କେ.ପି.ଟିମ ସହ ବାରଖମା ଦଳ ର ବହୁ ସଙ୍ଘର୍ଷ ମୟ ଖେଳରେ ୩-୦ ଗୋଲରେ ଟି.କେ.ପି.ଟିମ ବିଜୟୀ ହୋଇଥିଲେ l ଏହି ଖେଳରେ ବାବୁ ଭାଇ, ତ୍ରିନାଥ ମଳିକ, ଦେବୀ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

ଏଥିରେ ୧୨ଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ ଏହାର ଫାଇନାଲ ଖେଳ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ହୋଇ ବିଜେତା ଙ୍କୁ ପ୍ୟାରେଡ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି ।
ବାଲିଗୁଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *