ହାତୀମଣିଷ ଙ୍କ ଯୁଦ୍ଧ

 

ହାତୀ ଆକ୍ରଣରେ ଜଣେ ଆହାତଙ୍କ ଅବସ୍ଥା ଗୁରୁତର।
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନସ୍ତ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ଵାଲା ଶିକକା ଗୁରୁତ୍ତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ,ସକାଳୁ ସେ ଡଙ୍ଗର ଚାଷ କାମ ପାଇଁ ଯାଇଥିବା ବେଳେ ହଠାତ୍ ଜଙ୍ଗଲ ରୁ ଆସିଥିବା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ନିକଟରେ ଥିବା ଗ୍ରାମବାସୀମାନେ ହାତୀ ଘୋଉଡାଇବା ସହ ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ଅଞ୍ଚଳରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି। ଜଙ୍ଗଳ ବିଭାଗକୁ ସୂଚନା ଦିଆଯାଇଛି ଏବଂ ହାତୀ ଚଳାଚଳନ ଉପରେ ନଜର ରଖାଯାଉଛି।
ଚିକିତ୍ସା ପାଇଁ ଜଙ୍ଘଲ ବିଭାଗ ତତ୍ପର ହେବାର ଆବଶ୍ୟକତା ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ଜଙ୍ଘଲ ମାଫିଆ ଏବଂ ବନ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି।


ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି କମଲ ଲୋଚନ ଆମରପୁଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *