ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି ଭଲ ଖବର, ମହତ ଉଦ୍ଦେଶ୍ୟ କିନ୍ତୁ ଏହି ଖବରର ଉଦ୍ଦେଶ୍ୟ ପ୍ରଚାର ପ୍ରସାର ନା ସେବା ମନୋବୃତି।
ରାୟଗଡା ଜିଲ୍ଲା ପୌର ପରିଷଦ ଗୁଡ଼ାରୀ ଅତିଥି ଭବନ କକ୍ଷରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ସାମ୍ବାଦିକ ମାନଙ୍କୁ ତଥ୍ୟ ପ୍ରଦାନ କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ରାଜ୍ୟରେ ଅତ୍ୟଧିକ ମାତ୍ରରେ ଭ୍ରଷ୍ଟାଚାର ଓ ଦୁର୍ନୀତି ବୃଦ୍ଧି ପାଇଥିବାରୁ ଠାବ କରିବା ପାଇଁ ଲୋକୟୁକ୍ତ ଆଇନ ଗଠନ ହୋଇଥିଲା। ରାଜ୍ୟରେ ଭ୍ରଷ୍ଟାଚାର ଓ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଗତ ସରକାରଙ୍କ ଅମଳରୁ ଜାଣି ଶୁଣି, ଗତ ଦେଢ଼ ବର୍ଷ ହେବ ଲୋକାୟୁକ୍ତ ଆଇନ ବନ୍ଦ କରି ଦିଆଯାଇଛି। ରାଜ୍ୟରେ ଡବଲ ଇଂଜିନ ସରକାର ଆସିବା ପରେ ମଧ୍ୟ ଲୋକୟୁକ୍ତ ଆଇନ କାର୍ଯ୍ୟକ୍ଷମ ହୋଇନାହିଁ।
ଫଳରେ ଅତ୍ୟଧିକ ମାତ୍ରାରେ ଭ୍ରଷ୍ଟାଚାର ଓ ଦୁର୍ନୀତି ବଢ଼ି ଚାଲିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ବହୁ ସଂଖ୍ୟକ ମକଦ୍ଦମା ଲୋକୟୁକ୍ତରେ ଦାଏରୀ ହୋଇଥିଲେ ହେଁ ଲୋକୟକ୍ତ ନଥିବା ଯୋଗୁଁ ଶୁଣାଣି ହୋଇ ପାରୁନାହିଁ। ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଅର୍ଥ ରାଶି ବ୍ଲକ, ତହସିଲ, ପୌର ପରିଷଦରେ ହରିଲୁଟ କରାଯାଉଛି। କଣ୍ଟ୍ରାକ୍ଟରଙ୍କ ସମେତ ନିର୍ଦ୍ଧିଷ୍ଟ ଅଧିକାରୀ ଓ ରାଜନୈତିକ ଦଲାଲଙ୍କ ମଧୁଚନ୍ଦ୍ରିକାରେ ପି.ସି.ର ପରିମାଣ ବଢ଼ି ଚାଲିଛି। ଫଳରେ ଜନସାଧାରଣ ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁଦୃଢ ଲୋକୟୁକ୍ତ ଗଠନ ନ ହେଲେ ରାଜ୍ୟରେ ଭ୍ରଷ୍ଟାଚାର ଓ ଦୁର୍ନୀତିର ମାତ୍ରା କମିବ ନାହିଁ । ଫଳରେ ରାଜ୍ୟ ସରକାର ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ରାଜ୍ୟରେ ଏକ ଲୋକୟୁକ୍ତ ଗଠନ କରାଯାଉ। ସେହିପରି ସ୍ଥାନୀୟ ଗୁଡ଼ାରୀର ବିଭିନ୍ନ ସମସ୍ୟା ଯଥା “ଖରିକୁଟି ଖୁଦ୍ର ଜଳସେଚନ ପ୍ରକଳ୍ପର ପୁନଃ ଉଦ୍ଧାର, +୨ ଓ +୩ ବିଜ୍ଞାନ ମହାବିଦ୍ୟାଳୟର ପଦ ପଦବୀ ହୀନ ମହାବିଦ୍ୟାଳୟ, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଜିଲ୍ଲା ମୁଖ୍ୟାଳୟକୁ ଦୈନନ୍ଦିନ ଗମନାଗମନ ପାଇଁ ସରକାରୀ ବସ ବ୍ୟବସ୍ଥା, ରାଜଧାନୀ ଠାରୁ ଜୟପୁରକୁ ଯୋଗାଯୋଗ ପାଇଁ ଯେ କୌଣସି ଗୋଟିଏ ବସର ରୁଟ ପରିବର୍ତନ, ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୁଡ଼ାରୀ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ, ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ, ବହୁ ମୂଲ୍ୟବାନ ସରକାରୀ ଜମିକୁ କିଛି ଧନୀ ବ୍ୟବସାୟୀ କରିଥିବା ଜବର ଦଖଲକୁ ଉଛେଦ କୁ ଅଭିଯୋଗ କଲେ ପ୍ରଶାସନର ପ୍ରତିକ୍ରିୟା ଶୂନ୍।
ଏହି ଅବସରରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ତଥା ବରିଷ୍ଠ ଆଇନଜିଵୀ ସୁବ୍ରତ କୁମାର ନନ୍ଦ, ରାୟଗଡା ଜିଲ୍ଲା ସଂଯୋଜକ, ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟକ, ରାଜ୍ୟ ସଂଯୋଜକ ସୁବାଷ ଚନ୍ଦ୍ର ପଣ୍ଡା, ଗୁଡ଼ାରୀ ବ୍ଲକ ଓ ଏନ ଏ ସି.ର ଆବାହକ ଗୌରୀ ଶଙ୍କର ମିଶ୍ର ସାମ୍ବାଦିକ ମାନଙ୍କୁ ସମସ୍ତ ବିଷୟରେ ଆଲୋଚନା କରିବା ସହ ସରକାରଙ୍କ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚିବ ଏବଂ ସମସ୍ୟାର ସମାଧାନ କିପରି ରାଜ୍ୟ ସରକାରଙ୍କ ନିକଟରେ କାର୍ଯ୍ୟକ୍ଷମ ହେବ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଦାବୀ ହୋଇଛି।
ରାୟଗଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।