ଅଗ୍ନି ନିର୍ବାପକ ସଚେତନତା

 

ଧାଙ୍ଗଡ଼ଡିହା ହାଇସ୍କୁଲ ରେ ଅଗ୍ନି ନିର୍ବାପକ ସଚେତନତା କାର୍ଯ୍ୟକ୍ରମ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଧାଙ୍ଗଡ଼ଡିହା ଗ୍ରାମ ପଞ୍ଚାୟତ ହାଇସ୍କୁଲ ଠାରେ ଘଟଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ଙ୍କୁ ଅଗ୍ନି ନିର୍ବାପନ ଓ ତାର କୌଶଳ ସମ୍ବନ୍ଧୀୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଘଟଗାଁ ଅଗ୍ନିଶମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ଶିକ୍ଷଣ ଭାବେ ଯୋଗଦେଇ ଶିକ୍ଷା ପ୍ରଦାନ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ଘଟଗାଁରୁ ମନୋଜ ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *