ଶତାଧିକ ବାଂଲାଦେଶୀ ଠାବ ପରେ କେନ୍ଦ୍ରାପଡା ସହରରେ ବ୍ଲକିଂ। ଜଳପଥ ଏବଂ ସ୍ଥଳପଥ ସିଲ କରିଛନ୍ତି ଏସ. ପି.।

କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।
କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକରେ ଶତାଧିକ ବାଂଲାଦେଶୀଙ୍କୁ ପୁଲିସ ଚିହ୍ନଟ କରିବା ପରେ ଏବେ ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ ଚାଲିଛି । ପୁଲିସ ଗାଡିମୋଟର ଅଟକାଇ ଯାଞ୍ଚ କରୁଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତୁରନ୍ତ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି । ସେହିପରି ଜଳପଥ ଓ ସ୍ଥାଳପଥକୁ ସିଲ କରିଦିଆଯାଇଛି । କାରଣ ଜଳପଥରେ ବାଂଲାଦେଶୀମାନେ ଅନୁପ୍ରବେଶ କରିବାର ଅଧିକ ଆଶଙ୍କା ରହିଛି ବୋଲି ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି । ସେ କହିଛନ୍ତି କେନ୍ଦ୍ରାପଡ଼ା ସହରରେ ରହୁଥିବା ସନ୍ଦିଗ୍ଧ ବାଂଲାଦେଶୀ, ମହାକାଳପଡ଼ା ଓ ରାଜନଗର ବ୍ଲକରେ ରହୁଥିବା ବାଂଶଦେଶୀଙ୍କ ଆଧାରକାର୍ଡ, ଭୋଟରକାର୍ଡ, ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି । ଟାଉନ୍ ଥାନା ପୁଲିସ ସନ୍ଦିଗ୍ଧମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛଇ । ସେମାନଙ୍କ କାଗଜପତ୍ର ଯାଞ୍ଚ କରୁଛି । ଅଦ୍ୟାବଧି ରାଜନଗର ବ୍ଲକର ଜମ୍ବୁ ସାମୁଦ୍ରିକ ଥାନା ଅଧିନରେ ୭୦ ଓ ତନ୍ତିଆପାଳ ଥାନା ଅଧିନରେ ୩୦ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି । ଏହି ବ୍ଲକର ବତିଘର, ବଉଳକଣୀ, ଖରିନାସୀ, ରାମନଗର, ପେଟଛେଲା, ସୁନତୀ, କଂସାରବଡ଼ଦାଣ୍ଡୁଆ, ଗୋଗୁଆ, ନାଞ୍ଜୁରା ପ୍ରମୁଖ ପଞ୍ଚାୟତରେ ଏମାନେ ବସବାସ କରୁଛନ୍ତି । କିଏ ଫେରି ବ୍ୟବସାୟ କରୁଛି ତ କିଏ ମାଛ ଧରି ପେଟ ପୋଷୁଛି । ଏହି ପଞ୍ଚାୟତଗୁଡିକରେ ଏହି ସନ୍ଦିଗ୍ଧ ବାଂଲାଦେଶୀମାନଙ୍କୁ ଚିହ୍ନଟ କରାଯାଇଛି ।

ସେମାନେ କେବେଠାରୁ ଏଠାରେ ରହୁଛନ୍ତି, ସେମାନେ ଏଠାରେ ରହି କେଉଁ ପେଶା କରୁଛନ୍ତି, ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ପ୍ରଦାନ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ସଂପୃକ୍ତ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍ପିଙ୍କ ନିକଟକୁ ଚିଠି ଆସିଥିଲା ଯେ କେନ୍ଦ୍ରାପଡ଼ାରେ କେତେ ସଂଖ୍ୟକ ସନ୍ଦିଗ୍ଧ ବାଂଲାଦେଶୀ ରହୁଛନ୍ତି ସେମାନଙ୍କ ବିଷୟରେ ତଥ୍ୟ ଦେବା ପାଇଁ । ସେହି ଆଧାରରେ ଏସ୍ପି ନିଦେ୍ର୍ଦଶ ଦେଇଥିଲେ ସେମାନଙ୍କ ତଥ୍ୟ ସଂଗ୍ରହ କରିବା । ତେଣୁ ସେମାନେ ରହୁଥିବା ପଞ୍ଚାୟତଗୁଡିକରେ ଯାଞ୍ଚ କରାଯିବା ପରେ ହଜାର ହଜାର ବାଂଲାଦେଶୀ ରହୁଥିବା ଜଣାପଡିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଜଣ ବାଂଲାଦେଶୀଙ୍କ ତଥ୍ୟ ସଂଗ୍ରହ କରାଯାଇଛି । ପରବର୍ତ୍ତୀ ସମୟରେ ଅଧିକ ଖୋଳତାଡ଼ ହେବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ସେ କହିଛନ୍ତି କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ବ୍ଲକିଂ ଚାଲିଛି । ଏହାସହ ୩ଟି ମେରାଇନ୍ ଥାନା ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିନରେ ସବୁଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଉଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।ବାସ୍ତବ କ୍ଷେତ୍ରରେ ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀ ମାନେ ଜାତୀୟ ଶତ୍ରୁ।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସର ରିପୋର୍ଟ।
