ଅନ୍ଧ ବିଶ୍ୱାସ ଜୀବନ ନେଲା

 

ଅତଡା ପଡି ଯୁବକର ମୁର୍ତ୍ୟୁ। ଏକ ଅଭାବନୀୟ ଘଟଣାରେ କେନ୍ଦ୍ରାପଡା ବ୍ଲକ ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗ୍ରାମରେ ମାଟି ଅତଡା ଖସିପଡିବା ଫଳରେ ଏହି ଗ୍ରାମର ଜଗବନ୍ଧୁ ମହାରଣା(୪୫)ଙ୍କର ଦୁଃଖଦ ମୃତୁ୍ୟ ଘଟିଛି । ଘଟଣାରୁ ପ୍ରକାଶ ଯେ ମୃତକଙ୍କ ପରିବାରରେ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଉଥିବାରୁ ପରିବାର ଲୋକେ ନେମାଳ ଅଞ୍ଚଳର ଜନୈକ ତ୍ରାନ୍ତ୍ରିକଙ୍କ ପରାମର୍ଶ ନେଇଥିଲେ । ତାନ୍ତ୍ରିକ କହିଲେ ଘର ଭିତରେ ଭୂତ ଓ ସୁନାରୁପା ଅଛି ।

ଏହି ଘର ଭିତରୁ ଭୂତ କାଢିବା ପାଇଁ ଗାତ ଖୋଳୁଥିଲେ । ମୃତ ଯୁବକ ଘର ଭିତରେ ଗାତ ଖୋଳୁଥିବା ସମୟରେ ମାଟି ଅତଡା ଖସି ତାଙ୍କ ଉପରେ ପଡି ଯାଇଥିଲା । ଯାହାଫଳରେ ଶ୍ରୀ ମହାରଣା ସଂଜ୍ଞାହୀନ ହୋଇଯାଇଥିଲେ ।

ଉପରେ ଛିଡାହୋଇ ତାଙ୍କ ବଡଭାଇ ଚନ୍ଦ୍ରମଣୀ ମହାରଣା ଓ ସ୍ଥାନୀୟ ଲୋକେ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଯୁବକର ମୃତୁ୍ୟ ରହସ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କଥା ଆଲୋଚନା ହେଉଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ତନ୍ତ୍ରମନ୍ତ୍ର ର ଭୟ ଦେଖାଇ ନିରୀହ ଜନସାଧାରଣଙ୍କୁ ଲୁଟୁଥିବା ବ୍ୟକ୍ତି ମାନେ ହେଉଛନ୍ତି ସମାଜର ଶତ୍ରୁ। ଏହି ଅଘଟଣ ପାଇଁ ସରକାରଙ୍କର ଗୁଇନ୍ଦା ବିଭାଗ ହିଁ ଦାୟୀ।
କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *