ଅପ୍ରାପ୍ତ ବୟସ୍କା ବାଳିକା ମାନେ ଗର୍ଭବତୀ ହେବା ଏକ ଦୁଃଖଦ ଘଟଣା। ଏଥି ସହିତ ସଶ୍ଲିଷ୍ଟ ଥିବା ବ୍ୟକ୍ତି ବିଶେଷମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଉଚିତବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି। ସରକାରୀ ଅଫିସର, ପୋଲିସ ବିଭାଗ ଏବଂ ନ୍ୟାୟିକ ବ୍ୟବସ୍ଥା ଏଥିପାଇଁ ଦାୟୀ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।
ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାରେ, ଏହା ଆଉ ଏକ ଚାଞ୍ଚଲ୍ଯକର ଘଟଣା। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଛଅ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି।
ଏହା ଜଣାପଡିବା ପରେ ଆଜି ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକା କୁ ହାଜର କରାଯାଇଛି। ଦୀର୍ଘ ସମୟ ଧରି ଉକ୍ତ ନାବାଳିକା ଙ୍କୁ ସମସ୍ତ ବିଷୟରେ ପଚରାଉଚରା କରୁଛି ଶିଶୁ କଲ୍ଯାଣ କମିଟି। ଏହି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକରେ ଘଟିଥିବା ଜଣାପଡିଛି। ରାୟଗଡା ସଦର ବ୍ଲକ ଜୁଡି ଗ୍ରାମର ଜଣେ ୧୭ବର୍ଷର ନାବାଳକ କଲ୍ଯାଣସିଂହପୁରରେ ରହିଥିବା ଦେବଗିରୀ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର। ଉକ୍ତ ନାବାଳିକା ସହ ନାବାଳକ ର ପ୍ରେମ ସଂପର୍କ ରହିବା ପରେ ଶରିରୀକ ସଂପର୍କ ଗଡି ଉଠିଥିଲା। ପରେ ସେ ଛଅ ମାସର ଗର୍ଭବତୀ ହେବା ପରେ ନାବାଳିକା ର ପରିବାର ଲୋକେ ଝିଅକୁ ନାବାଳକ ଘର ଜୁଡିରେ ଛାଡି ଦେଇଥିଲେ। ଏହି ଘଟଣା ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ଯାଣ ବିଭାଗ ନାବାଳିକା କୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜିର କରିଛି। ଅନ୍ଯପଟେ ଘଟଣାର ତଦନ୍ତ ଚାଲିଛି ବୋଲି ସିଡବ୍ଲୁସି ଚେୟାରମ୍ୟାନ ସୂଚନା ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ