ନୂଆପଡାରେ ଲିଙ୍ଗ ଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷ ପାଳନ ଶୁଭାରମ୍ଭ।
ଲିଙ୍ଗ ଭିତ୍ତିକ ହିଂସା ନିରାକରଣ ସଚେତନ ପକ୍ଷ- ୨୦୨୫ ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି I

ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ସମାଜରେ ପ୍ରାଚୀନ କାଳରୁ ମହିଳାମାନଙ୍କୁ ଉଚ୍ଚ ସମ୍ମାନ ସ୍ଥାନ ଦେଉଥିବା ସମାଜ ସମୃଦ୍ଧ ଏବଂ ଶକ୍ତିଶାଳୀ ବୋଲି କହିଥିଲେ।ଅବିବାହିତ କନ୍ୟା ମା ହେବା ଗଭୀର ଚିନ୍ତା ପ୍ରକଟ କରିଥିଲେ। ଅବିବାହିତ କନ୍ୟା ମା ହେବା ମହିଳା ପ୍ରତି ବଡ ହିଂସା ଅଟେ। ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗ କୁ ଆବଶ୍ୟକ ସଚେତନ କରିବାକୁ କହିଥିଲେ। ଏହି ଅବସରରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ଵର ସେଠୀ ଲିଙ୍ଗ ଭିତ୍ତିକ ହିଂସା ଏକ ଅପରାଧ, ଓ ହାନିକାରକ କାର୍ଯ୍ୟ ବୋଲି କହିଥିଲେ। ସିଡିପିଓ ସ୍ଵାଧୀନ ମିଶ୍ର ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ,ସ୍ବାସ୍ଥ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ନୂଆପଡାରୁ ତପନ ଦାସଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
