ସରକାରଙ୍କ ମାଳ ମାଳ ଯୋଜନା ପରେବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି l ଏପଟେ ଉଭୟ ସରକାର କହୁଛି
ଆଦିବାସୀଙ୍କ ଜୀବନଧାରାରେ ବଡ଼ ପରିବର୍ତ୍ତନ ଆସିଛି l କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ, ଏବେ ବି ଏମିତି ଗାଁରହିଛି ଚାଲିବା ପାଇଁ ରାସ୍ତା ନାହିଁ ଓ ପିଇବା ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ l ଏହି ଭଳି ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଲାଞ୍ଜିଗଡ଼ ବ୍ଳକ ଲାଖବାହାଲି ପଞ୍ଚାୟତର ପତର ପଡ଼ା l ଏହି ପଡ଼ା ପଞ୍ଚାୟତ ଠାରୁ ମାତ୍ର ଦୁଇ ଶହ ମିଟର ଥିବା ବେଳେ ଏବେ ଯାଏଁ ଏମାନଙ୍କୁ ବୁନ୍ଦାଏ ଶୁଦ୍ଧ ପାନୀୟ ଜଳ ମିଳି ପାରୁନିକି ଭଲ ରାସ୍ତା ଖଣ୍ଡିଏ ମିଳି ପାରୁନି ବୋଲି ଅଭିଯୋଗ ଆଣିଛନ୍ତି l ସୂଚନା ମତେ ଏହି ଗାଁରେ ହାରାହାରି ୪୦ ବର୍ଷ ହେଲା ୧୬ ଆଦିବାସୀ ପରିବାର ବସବାସ କରୁଛନ୍ତି କିନ୍ତୁ ଏଠାକାର ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ ଓ ପାନୀୟ ଜଳ l ଏହି ଗାଁ କୁ ଯିବାକୁ ହେଲେ ଭଲ ରାସ୍ତା ନଥିବାରୁ ପାଦ ଚଲା ରାସ୍ତା ଯୋଗୁଁ ଗ୍ରାମବାସୀ ନାନାଦି ଅସୁବିଧା ଭୋଗିଥାନ୍ତି।ଖରା ଦିନେ କଷ୍ଟେ ମଷ୍ଟେ ଗାଁକୁ ମଟର ସାଇକେଲ ଯାଉଛି।ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନ ଥିବାରୁ ଗର୍ଭବତୀଙ୍କୁ ଖଟିଆରେ ଲାଖବାହାଲି ଗାଁ ପର୍ଯ୍ୟନ୍ତ ବୋହି କି ମୁଖ୍ୟ ରାସ୍ତା ନେବାକୁ ପଡିଥାଏ କିନ୍ତୁ ବର୍ଷା ଦିନେ କାଦୁଅ ରାସ୍ତା ଯୋଗୁଁ ବର୍ଷା ୪ ମାସ ଅନେକ କଷ୍ଟ ଭୋଗିବାକୁ ପଡୁଛି।
ରାସ୍ତା ଓ ପାନୀୟ ଜଳ ପାଇଁ ପଞ୍ଚାୟତ, ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଏନେଇ ସ୍ଥାନୀୟ ସରପଞ୍ଚ କହୁଛନ୍ତି। ଏହି ଗାଁ ରାସ୍ତା ଓ ପାଣି ପାଇଁ ମୁଁ ପ୍ରପୋଜାଲ ଦେଇ ସାରିଛି କିଛି ମାସ ଭିତରେ ନିଶ୍ଚିତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ତେବେ ଏହି ଗାଁ ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ମାଳି ମାଝୀ, ବନ ମାଝୀ, ଘାଷି ମାଝୀ, ଡମେ ମାଝୀ, ବିଗ୍ନ ମାଝୀ, ଜୟମଳ ମାଝୀ, ସୁଦ ମାଝୀ, ସମିତ୍ର ମାଝୀ ଫୁଲ ମାଝୀ ସମେତ ଗ୍ରାମବାସୀମାନେ ଦାବି କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଫଟୋ ନ୍ୟୁଜ ଟାଇମସ୍ ର ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ।
ଅଭିଯୋଗ ପରେବି ହୋଇ ପାରୁନି ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା
