ଅରବିନ୍ଦଙ୍କ ଲୋକପ୍ରିୟତାରେ ଘାଇଲା ବିଜେଡି। ଔଷଧ ବିକଳରେ ତାଟିଆ କାମୁଡିଲେ ବିରୋଧୀ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ନିଲମ୍ବନ କରିବା ପରେ ନିର୍ବାଚନମଣ୍ଡଳୀରେ ତାଙ୍କର ଲୋକପିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଲୋକପ୍ରିୟତାରେ ବିଜେଡି ଘାଇଲା ହୋଇଥିବା ଜଣାପଡିଛି ।

ଯାହାର ଫଳ ସ୍ୱରୂପ ଅରବିନ୍ଦଙ୍କ ବିରୋଧୀମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଅରବିନ୍ଦଙ୍କ କେତେକ ବିରୋଧୀ ବିଜେଡି ନେତା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ ମହାପାତ୍ର ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ବୋଲି କହିଥିଲେ । ହେଲେ ସେ କେଉଁ ଦୁର୍ନୀତି କରିଥିଲେ ସେ ସଂପର୍କରେ ସାମ୍ବାଦିକମାନେ ଅରବିନ୍ଦ ବିରୋଧୀଙ୍କୁ ପ୍ରଶ୍ନ କରିବାରୁ ସେମାନେ ଏହାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇ ପାରି ନଥିଲେ । ସାମ୍ବାଦିକମାନଙ୍କ ପ୍ରଶ୍ନବାଣରେ ଅରବିନ୍ଦ ବିରୋଧୀ ନେତା ଓ କର୍ମୀ ସାମ୍ବାଦିକ ସମ୍ମିଳନୀ ଅଧାରୁ ଉଠି ପଳାଇଥିଲେ । ଅରବିନ୍ଦ ମହାପାତ୍ର ଦଳ ବିରୋଧୀ କାର୍ଯ୍ୟ କରିବାରୁ ତାଙ୍କ ବିରୋଧରେ ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଅରବିନ୍ଦ ବିରୋଧୀମାନେ କହିଛନ୍ତି । ବିରୋଧୀମାନେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପାଟକୁରା ବିଧାୟକ ବିଜେଡି ବ୍ୟାନରରେ ଜିତିଲେ ।

କିନ୍ତୁ ଜିତିବା ପରେ ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀଙ୍କୁ ଧୋକା ଦେଲେ । ତେଣୁ ଦଳରେ ରହି ଦଳ ପାଇଁ ସେ ଯେଉଁ ବିଶ୍ୱାସଘାତକତା କରିଛନ୍ତି । ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ନେତା ଓ କର୍ମୀ ଏହା କହିଛନ୍ତି । ସ୍ଥାନୀୟ ଗୌରୀ ଶଙ୍କର ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ପାଟକୁରା ନିର୍ବାଚନମଣ୍ଡଳୀର ନେତାମାନେ କହିଲେଯେ ଅରବିନ୍ଦଙ୍କୁ ଜିତାଇବା ପାଇଁ ଆମେ ରାତିଦିନ ଏକକାର କରି ଦେଇଥିଲୁ । ଅରବିନ୍ଦ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ଶଙ୍ଖ ଚିହ୍ନ ଯୋଗୁ ଜିତିଛନ୍ତି । ତେଣୁ ସେ ଦଳ ପ୍ରତି ଅନୁଗତ ହୋଇ ରହିବା ଉଚିତ। ଏଠାରେ କିନ୍ତୁ ଅରବିନ୍ଦଙ୍କ ସପକ୍ଷବାଦୀ ବିଜେଡ଼ିନେତା ସଚ୍ଚିତାନନ୍ଦ ରାୟ, ଲକ୍ଷ୍ମୀଧର ମହାପାତ୍ର, ଯୋଗନନ୍ଦ ମହାନ୍ତି, ନିରଞ୍ଜନ କର, କୃଷ୍ଣଚନ୍ଦ୍ର ସାହୁ, ମଞ୍ଜୁଲତା ମିଶ୍ର ଏବଂ ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଦଳ ସୁପ୍ରିମୋ ନବୀନ ପଟନାୟକଙ୍କୁ ନିଲମ୍ବନ ହଟାଈବା ପାଇଁ ଦାବୀ ରଖିଛନ୍ତି।
କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
