ଅଲ୍ଟୋସ ପରିବାର ତରଫରୁ ଘୁମୁସର ମାଟିର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ସମ୍ନାନିତ

 

ଆଜି ଭଞ୍ଜନଗର ବେଳଗୁଣ୍ଠା ରୋଡ ଠାରେ ଅଲ୍ଟୋସ ପରିବାର ତରଫରୁ ଘୁମୁସର ମାଟିର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ସମ୍ନାନିତ କରାଯାଇଥିଲା।ଅଲ୍ଟୋଶ ପରିବାର ବିଭିନ୍ନ ସମୟରେ ସମାଜ ସେବା,ବୃକ୍ଷ ରୋପଣ,ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ କରି ଆସୁଛି।ସୂଚନାଯୋଗ୍ୟ ଯେ ଅଲ୍ଟୋଶ ପରିବାର ନିଜର ସ୍ୱତନ୍ତ୍ର ଆୟୁର୍ବେଦିକ ଔଷଧୀୟ ଦ୍ରବ୍ୟ ବିକ୍ରୟ କ୍ଷେତ୍ରରେ ସୁନାମ କରି ଆସୁଛି।ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦ ଔଷଧ ର ଆବଶ୍ୟକତା ଦୃଷ୍ଟିରେ ରଖି ଅଲ୍ଟୋସ ପରିବାର ବିଭିନ୍ନ ଯୋଜନା ମାଧ୍ୟମରେ ବେକାର ଯୁବକଙ୍କୁ ରୋଜଗାର ଦେବା ସହ ଔଷଧୀୟ ଦ୍ରବ୍ୟ ବିକ୍ରୟ କରି ଆସୁଛି।ଆଜି ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଓଡିଶା ର କୋଣ ଅନୁକୋଣରୁ ଅଲ୍ଟୋସ ପରିବାର ର ବହୁ ସଦସ୍ୟ ଯୋଗ ଦେଇଥିଲେ।ଏହି ଅବସରରେ ଗଂଜାମ ଜିଲ୍ଲାର ଅଲ୍ଟୋସ ପରିବାର ମୁଖ୍ୟ ଦିଲ୍ଲୀପ ପଗଡ଼ ଯୋଗ ଦେଇଥିଲେ।

ଏହି ଅବସରରେ ସମାଜସେବୀ ,ଗଣେଶ ପାଗଡ଼, ରାଜେଶ ସ୍ୱାଇଁ, ଗାୟତ୍ରୀ ଗୌଡ଼,ନିଲି ରେଡ୍ଡୀ, ମଂଜୁଲା ନାୟକ,ରବୀନ୍ଦ୍ରନାଥ ସାହୁ,ବାପି ସସମାଲ, ବବୃ ପ୍ରଧାନ, ସୁଦର୍ଶନ ପ୍ରଧାନ, ଭାସ୍କର ନାୟକ, କାଳିଆ ଗୁରୁ,ଝୁନୁ ରାଣୀ ପଣ୍ଡା,
କାଠ ମୂର୍ତ୍ତି କାରିଗର ବିଦେଶୀ ମହାରଣା,ସମାଜସେବୀ ଅନୁପମ ବାନାର୍ଜୀ,ସମାଜସେବୀ ଜଗବନ୍ଧୁ ଜେନା, ସମାଜ ସେବୀ ସନ୍ତୋଷ ଜେନା, ବରିଷ୍ଠ ସାମ୍ବାଦିକ ବାବୁଲା ପ୍ରଧାନ, ସମାଜସେବୀ ମନୋଜ କୁମାର ମିଶ୍ର, ଶିକ୍ଷକ ମନୋଜ କୁମାର ପାତ୍ର, ଲୋକ ନୃତ୍ୟ କଳାକାର କେଶବ ଆଚାର୍ଯ୍ୟ,ବରିଷ୍ଠ ସମାଜସେବୀ ସୁଲପାଣି ଶତପଥୀ ଙ୍କୁ ସମ୍ମାନିତ କରାଯାଇଥିଲା।

ଏତତ ଵ୍ୟତୀତ ଭଞ୍ଜନଗର ସହରର ଅଗ୍ରଣୀ ସାମ୍ବାଦିକ ସଙ୍ଘ କବି ସମ୍ରାଟ ମିଡିଆ କ୍ଲବ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କୁ ଅଲ୍ଟୋସ ପରିବାର ତରଫରୁ ସମ୍ନାନିତ କରାଯାଇଥିଲା।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *