ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ସ୍ଥିତ ବିଜୟ ମଣ୍ଡପଠାରେ ବଉଳ ନାଟ ଆଣ୍ଡ କଲଚର ଆସୋସିଏସନ ଅନୁକୁଲ୍ୟରେ ଗତ ଦୁଇଦିନ ଧରି ଚାଲିଥିବା ଅଷ୍ଟମ ରାଜ୍ୟ ସ୍ଥରୀୟ ବଉଳ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ନାଟ୍ୟକାର ହରିହର ପ୍ରଧାନଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଯୁବନେତା ଓମ ପ୍ରକାଶ ମିଶ୍ର ,ସମାଜସେବୀ କିଶୋର ମେହେର ,ସମାଜସେବୀ ସୁଧୀର ମହାକୁଡ଼ ,ଏକ ନମ୍ବର ଜ଼ିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ ,ନାଟ୍ୟକାର ଦିଲ୍ଲୀପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଠାନ ର ସଭ୍ୟ ରଞ୍ଜୁ ଅମାତ ସ୍ୱାଗତ ଭାଷଣ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ l ସମୀର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ଅବସରରେ ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ନିର୍ଦେଶକ ହରିହର ପ୍ରଧାନ ଙ୍କ ଦ୍ୱାରା ଲିଖିତ ଓ ନିର୍ଦେଶିତ ଏବଂ ବଉଳ ନାଟ ଏଣ୍ଡ କଲ୍ଚରାଲ ଆସୋସିଏସନ ର କଳାକାରଙ୍କ ଦ୍ୱାରା ଅଭିନୀତ ନାଟକ “କୁହୁଡି”ଏବଂ ସୁମନ୍ତ ଭୋଇଙ୍କ ଦ୍ୱାରା ରଚିତ ଓ ସମୀର ସାହୁଙ୍କ ଦ୍ୱାରା ନିର୍ଦେଶିତ ଏବଂ ବୀଣାପାଣି ସାହିତ୍ୟ କଳା ସଂସଦ ର କଳାକାରଙ୍କ ଦ୍ୱାରା ଅଭିନୀତ ନାଟକ “ବଳଦ” ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା l

ପରେ ଅନୁଷ୍ଠିତ ନୃତ୍ୟ କାର୍ଯ୍ୟକ୍ରମରେ ଶିଳ୍ପୀ କଳାନିକେତନ କଟକ ର କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ,କଣ୍ଟାମାଲ ବ୍ଲକ କଳା ସଂସ୍କୃତି ସଂଘ ର କଳାକାରଙ୍କ ଲୋକକଳା ନୃତ୍ୟ ,କଳାହାଣ୍ଡି ର ଘୁମୁରା , ସଂଗୀତ ସାଧନା ଲୁଇଶିଙ୍ଗା ର କଳାକାରଙ୍କ ପଞ୍ଚରଶି ନୃତ୍ୟ ଏବଂ ସ୍ଥାନୀୟ କଳାକାରଙ୍କ ନୃତ୍ୟରେ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ l ଲୋକକଳା ଲୋକ ସଂସ୍କୃତି ପୁନଃରୁଦ୍ଧାର ଉଦେଶ୍ୟରେ ଦୀର୍ଘ ଆଠ ବର୍ଷ ହେଲା ଏହି ମହୋତ୍ସବ ଆୟୋଜିତ ହେଉଛି l

ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ରାଜ୍ୟ ର ବିଭିନ୍ନ ଅଂଚଳରୁ କଳାକାରମାନେ ଯୋଗଦେଇ ନାଟକ ଓ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ ଏବଂ ଅନୁଷ୍ଠାନ ର ଏଭଳି ପ୍ରୟାସକୁ ଭୁୟସୀ ପ୍ରସଂଶା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ ର ସଭାପତି ଅର୍ଜୁନ ପ୍ରଧାନ, ସଂପାଦକ ନେପାଳ ପଲିଆ,ସୁକାନ୍ତ ପ୍ରଧାନ, ଶିବ କମ୍ପ,ହଳଧର କର୍ମୀ,କୁଶ ପ୍ରଧାନ, ମେନ ପାତ୍ର,ପ୍ରଦୀପ ଠେଲା ,ଶାନ୍ତନୁ ନାଏକ ଅଜୟ ପ୍ରଧାନ,ପ୍ରମୁଖ ଶତାଧିକ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ l ସୁରେନ୍ଦ୍ର କର୍ଣ୍ଣ ଓ ବାମନ ଚରଣ ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।
