ଅସୁର ଗଡ ମୋହତ୍ସବ ପାଇଁ ଶୁଭଖୁଣ୍ଟି

 

ତୃତୀୟ ରାଜ୍ୟସ୍ତରୀୟ ଅସୁରଗଡ଼ ଲୋକ ମୋହତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ।
ଆସନ୍ତା ଜାନୁଆରୀ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ବାବା ସୁବର୍ଣ୍ଣ ମେରୁ ପଡିଆ ଠାରେ ତୃତୀୟ ରାଜ୍ୟ ସ୍ତରୀୟ ଅସୁର ଗଡ ଲୋକ ମୋହତ୍ସବ ଅନୁଷ୍ଠିତ ହେବା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଆଶିଷ କୁମାର ସାହୁଙ୍କ ନେତୃତ୍ୱରେ ଓ ସମ୍ପାଦକ ଶିବ ନାରାୟଣ ଚୌଲିଆ ଙ୍କ ଆହ୍ବାନ କ୍ରମେ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ଉପସ୍ଥିତିରେ ଉକ୍ତ ମହୋତ୍ସବ ପଡ଼ିଆରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ,ବ୍ଲକ ଅଧକ୍ଷା ସସ୍ମିତା ସେନାପତି, ଓଡ଼ିଶା ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ମନମୁଣ୍ଡା ଥାନା ଅଧିକାରୀ ସସ୍ମିତା ମଗର, ମନମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶ୍ରୀ ରଞ୍ଜୁ ବେହେରା , ଗୁଡ଼ଭେଲି ପଦର ସରପଞ୍ଚ ପ୍ରତିନିଧି ସଚ୍ଚିନ ମିଶ୍ର ଓ ଅସୁର ଗଡ ଲୋକ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଉକ୍ତ ମହୋତ୍ସବରେ ଏହି ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ସାମିଲ ହେବା ସଙ୍ଗେ ସଙ୍ଗେ ନାଚ ଗୀତର ଏକ ମହା ପାର୍ବଣ ପାଳିତ ହେବ। ଅସୁର ଗଡ ଲୋକ ମହୋତ୍ସବ ୨୦୨୬ ରେ ପଲ୍ଲୀଶ୍ରୀ ମେଳା, ବୟନିକା, ହସ୍ତ ତନ୍ତ ଓ ମିନାବଜାର ସହିତ ବିଭିନ୍ନ ପ୍ରକାରର ସୁସ୍ଵାଦ ଖାଇବାର ମଜା ଦର୍ଶକ ନେବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *