ବୌଦ୍ଧ କିଆକଟା ମହାନଦୀ ସେତୁ ଉପରୁ ଡେଇଁ ଛାତ୍ରୀ ଜଣକ ଗୁରୁତ୍ୱର ଆହତ l
ଆତ୍ମରକ୍ଷା ଏକ ବୁର୍ବଳ ମୁହୂର୍ତର ନିଷ୍ପତି ଅଟେ। ବହୁ ଧନବ୍ୟକ୍ତି ମଧ୍ୟ ଆତ୍ମହତ୍ୟା କରିଥିବାର ଉଦାହରଣ ରହିଅଛି। ମାନସିକ ଚାପ, ଜୀବନ ପ୍ରତି ବିତୃଷ୍ନା ଏବଂ ପାରୁପାର୍ଷିକ ପରିସ୍ଥିତିକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥାଏ।

ବୌଦ୍ଧ ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜଣେ କଲେଜ ଛାତ୍ରୀ କିଆକଟା ମହାନଦୀ ସେତୁ ଉପରୁ ତଳକୁ ଡେଇଁ ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି l

କଲେଜ ଛାତ୍ରୀ ଜଣକ ନଦୀକୁ ଡେଇଁ ଥିବା ଖବର ପାଇ ବୌଦ୍ଧ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ଉକ୍ତ ଛାତ୍ରୀ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l
ଛାତ୍ରୀ ଜଣକ ନଦୀକୁ ଡେଇଁବାର କାରଣ ସ୍ପଷ୍ଟ ହୋଇପାରି ନାହିଁ l ଛାତ୍ରୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା କୁ ସ୍ଥାନାନ୍ତର କରାଯାଇଥିଲା l ସୂଚନା ମତେ ବୌଦ୍ଧ ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ବୌଦ୍ଧ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବର୍ଷରେ ପଢ଼ୁଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
