ଆଦିବାସୀ ଆମେ ମୂଳନିବାସୀ ଜଳ ଜମି ଜଙ୍ଗଲ ଆମର ସବୁ

ଆମର ଏହି ଆଲେଖ୍ୟ ହେଉଛି “ସମ୍ପର୍କର ଡୋରି”। ଆଦିବାସୀ ମାନେ ଏକଜୁଟ ହୋଇ ସେମାନଙ୍କ ଅଧିକାରକୁ ସରକାରଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ସେମାନଙ୍କ ଭିତରେ ସମ୍ପର୍କର ଡୋରି ମଜବୁତ୍ କରିବା ଦରକାର। ସେ ଯାହାବି ହେଉ ଏଭଳି ଏକ ବିକ୍ଷୋଭ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ। ସେମାନେ ଦାବି କରିଛନ୍ତି ଆଦିବାସୀ ଆମେ ମୂଳନୀବାସୀ ଜଳ ଜମି ଜଙ୍ଗଲ ଆମର ସବୁ, ଆମେ ଏହାର ଅଧିବାସୀ,ମାଟିର ସୁରକ୍ଷା ପାଇଁ ଆମେ ଜୀବନ ଦେବୁ।
ଏହି ପରି ନାରାରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ସିପିଆଇ (ଏମ.ଏଲ)ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଶୋକ ପ୍ରଧାନ ଓ ଆବାହକ ଆଦିବାସୀ ନେତା ତ୍ରୀପତି ଗମାଙ୍ଗଙ୍କ ନେତୃତ୍ବରେ ରାୟଗଡା ଜିଲ୍ଲା କୋଲନରା ବ୍ଲକ ନିକଟ ଖିଲାପଦର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ତହସିଲ କାର୍ଯ୍ଯାଳୟ ଓ ଗୋଷ୍ଟୀ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ସାମ୍ବିଧାନିକ ନୀତି, ଆଦିବାସୀ ମାନଙ୍କ ଅଧିକାରକୁ ଛଡାଇ ପୁଞ୍ଜିପତି ମାନଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ମତାମତ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ୨୧ ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଦାବୀ ମଧ୍ୟରେ ଆଦିବାସୀ ମାନଙ୍କ ଜମି ସରକାର କିଣିବା ଆଇନ ସଂପୂର୍ଣ ବାତିଲ କରିବା, ସମ୍ବିଧାନର ପଞ୍ଚମ ଓ ଷଷ୍ଟ ଅନୁଛେଦରେ ଆଦିବାସୀ ମାନଙ୍କୁ ଜମିର ଅଧିକାର ଦେବା, ଆଦିବାସୀ ଅଞ୍ଚଳରେ ଅଣ ଆଦିବାସୀ ମାନଙ୍କ ବେଆଇନ ଜମି ଦାଖଲ ପଟ୍ଟା ରଦ୍ଧ କରିବା, ସିକାବାଡ଼ି ଗ୍ରାମରେ ଥ‌ିବା ବିଦ୍ୟାଳୟକୁ ଦଶମ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ସହ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା। ସିକାବାଡ଼ି, ପାଣ୍ଡାତାଲା, କାରଡ଼ାଙ୍ଗ ଓ ଅନ୍ୟାନ୍ୟ ଗ୍ରାମ ମାନଙ୍କରେ ପୂର୍ବ ପୁରୁଷରୁ ଦଖଲ କରି ଆସୁଥିବା ଜମିଙ୍କୁ ଆଦିବାସୀମାନଙ୍କ ମଧ୍ୟରେ ଜମିପଟ୍ଟା,ଜଗଂଲ ଅଧିକାର ଆଇନ ୨୦୦୬ଅନୁଯାୟୀ କାର୍ଯ୍ୟକାରୀ କରିବା। ଆଦିବାସୀ ମାନେ ଆଦାୟ କରୁଥିବା ଜଗଂଲଜାତ ଦ୍ରବ୍ୟ ଟି.ଡି. ସି.ସି ମାଧ୍ୟମରେ କ୍ରୟ ବିକ୍ରୟ କେନ୍ଦ୍ର ଖୋଲିବା। ଏମ୍.ଜି.ଏନ୍.ଆର.ଇ.ଜି. ଏ. କାମରେ ବର୍ଷକୁ ୨୦୦ ଦିନ ଓ ଦୈନିକ ୬୦୦/- ଟଙ୍କା ମଜୁରୀ ପ୍ରଦାନ କରିବା। ରେସନ କାର୍ଡ ଧାରୀଙ୍କୁ ୫୦ କେ.ଜି. ଚାଉଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା,ପଂଚାୟତ କାର୍ଯାଳୟରେ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ମାନଙ୍କୁ ମାସିକ ୫୦୦୦/- ଟଙ୍କା ପେନସନ୍ ଓ ବ୍ଲକ ଶୀତଳ ଭଣ୍ଡାର ନିର୍ମାଣ କରିବା। ଶିକାବାଡ଼ି ଠାରୁ ଲୁହାରିଗେଡା ଭାୟା କାଟିକି ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ,ସିକାବାଡ଼ି ଗ୍ରାମର ମଶାଣିରୁ ପାଣି ଗାଁ ଭିତରକୁ ପଶିଆସିବା ବନ୍ଦ କରି ଡ୍ରେନ୍‌ର ବ୍ୟବସ୍ଥା କରିବା, ରେଙ୍ଗଳପାଡୁ ଗାଁରେ ୧୭ଘର ପରିବାରକୁ ଘର ଡ଼ିହ ଓ ମଦନପୁର ଗାଁରେ ପାଣି ଯୋଗାଇବା ସହ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା। ପାଣ୍ଡାରତାଲା ଠାରୁ ସିକାବାଡ଼ି ଓ କାମିନିପିଣ୍ଡା ଠାରୁ କାରଡ଼ାଙ୍ଗ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ।

ପାତ୍ରପୁଟ,ଧୁନ୍ଦୁଲି ନାଳ ଉପରେ ଚେକ୍‌ଡ୍ୟାମ୍ ନିର୍ମାଣ ଓ ପାଣିଟ୍ୟାଙ୍କରୁ ପାଇପ୍ ଯୋଗେ ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ। କେଉଟଗୁଡ଼ା ଗାଁ ପୋଖରୀ (ମଲାଝୋଲା ବନ୍ଧ) ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବା, ଖାଦ୍ୟ ସୁରକ୍ଷା ଯୋଜନାରେ ବଂଟନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଓ ମନରେଗାରେ ବ୍ୟବହୃତ ମେସିନ୍ କାର୍ଯ୍ୟ ବନ୍ଦ କରିବା।ପାଣ୍ଡରତାଲି ଗାଁର ଆଦିବାସୀମାନଙ୍କ ଉପରେ ମିଥ୍ୟା କେସ୍ ପ୍ରତ୍ୟାହାର କରିବା, ଭିବଲକୋଣା ଗ୍ରାମର ରବି ହୁଇକା ଓ ତ୍ରିନାଥ ହିକକାଙ୍କ ଦଖଲରେ ଥିବା ଜମିକୁ ଅତିଶିଘ୍ର ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବା। କେଉଟଗୁଡ଼ା ଗ୍ରାମର ୩୦ରୁ ଉର୍ଦ୍ଧ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି ଓ ପାତ୍ରପୁଟ ଗ୍ରାମର ୧୦ ଜଣ ଆଦିବାସୀଙ୍କୁ ଘର ପଟା ଦିଆଯାଇଛିଏହାକୁ ଚିହ୍ନଟ କରିବା ପ୍ରତିବାଦରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ମୁରୋଲି ମୁଟୁକା, ମୋହନ ପାଢିକା,ଅନିରୁଦ୍ଧ ନିସିକା, ସିମାଦ୍ରୀ ପାତିକା, ଆଛାନା ମଣ୍ଡାଙ୍ଗି, ଅଷ୍ଟମ ଉଲକା, କ୍ରୀଷ୍ଟା ପାଲାକା, ମେଦିରି ଗରଡିଆ, ଶିବ ଉଲାକା, ବାଲ୍ମିକୀ କାଡ୍ରାକl, ରାଜେନ୍ଦ୍ର ମାଝୀ, ମାଧବ ମାଣ୍ଡିଗିଂ, ଚବିଲାଲ ହିଆଲ, ରାମାରାଓ କୁତ୍ରୁକା ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସ୍ ର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *