ଆଦିବାସୀ ଛାତ୍ରଙ୍କୁ ନେଇ ବ୍ୟବସାୟ

 

ଭୁବନେଶ୍ଵର କିସରେ ଆଦିବାସି ଛାତ୍ରର ମୃତ୍ୟୁ ନେଇ ସରକାର ଏବଂ ପୋଲିସ ତତ୍ପର। ମୃତ ଛାତ୍ରର ପୋଷ୍ଟମଟମ ପରେ ଏହି କଳହ କରିଥିବା ସହପାଠୀଙ୍କୁ ସୁଧାର ଗୃହକୁ ପଠାଯାଇଛି।ଭୁବନେଶ୍ୱରର କିସ ଛାତ୍ରବାସାରେ କାର୍ଯ୍ୟରତ ଆଠଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ଏହି ମର୍ଡ଼ର କେସକୁ ଗୋପନ ରଖିବା ପାଇଁ ଏବଂ ନିଜର କାର୍ଯ୍ୟର ଅବହେଳାକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ।

ମୃତକଙ୍କର ବାପାଙ୍କୁ ପକୃତ ତଥ୍ୟ ନଦେଇ ଏବଂ ପୋଷ୍ଟମଟମ ନକରି ମୃତଦେହ ପଠାଇଦେଇଥିଲେ। ସେ ଯାହାବି ହେଉ କେନ୍ଦୁଝର ଜିଲ୍ଲାପାଳ ଏବଂ ପୋଲିସର କାର୍ଯ୍ୟ ଦକ୍ଷତା ଯୋଗୁଁ କିସ କତୃପକ୍ଷ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ପାରିନଥିଲେ। କେନ୍ଦୁଝରରେ ଏଥିନେଇ ଉତେଜନା ଏବଂ ମୃତ ଛାତ୍ରର ମାତାଙ୍କର ପ୍ରତିକ୍ରିୟାକୁ ଆମ କ୍ୟାମେରା ଟିମ ଉତ୍ତୋଳନ କରିଅଛି। ଭବନେଶ୍ୱର ଡିସିପି ମଧ୍ୟ ଏଥିନେଇ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଇଛନ୍ତି।
କୁନ୍ଦୁଝରରୁ ଅରବିନ୍ଦ ବେହେରାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *