ଆଦିମ ଅଧିବାସୀଙ୍କ କଳା ଏବଂ ସଂସ୍କୃତି କୁ ଆଗକୁ ନେଉଛି “ଆଦିମ୍ ସଂସ୍କୃତି ସଂସ୍ଥା”।
ଆଦିମ ଅଧିବାସୀ ତଥା ଜନଜାତିଙ୍କର କଳା ଏବଂ ସଂସ୍କୃତିକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡିଛି ଏକ ଅଖିଳଭାରତୀୟ ସଂଗଠନ ଆଦିମ୍ ସଂସ୍କୃତି। ପାଶ୍ଚାତ୍ୟ ଓ ତଥାକଥିତ ଆଧୁନିକତାକୁ ଆପଣେଇବାରେ ମସଗୁଲ ହୋଇ ଧିରେ ଧିରେ ଦୃଶ୍ୟପଟ ରୁ ଲିଭିବାକୁ ବସିଛି ଆଦିମ ଅଧିବାସୀଙ୍କ କଳା ଏବଂ ସଂସ୍କୃତି। କିନ୍ତୁ ଏହି ଆଦିବାସୀ ଙ୍କ କଳା,ସଂସ୍କୃତି କୁ ସାଧାରଣ ଲୋକଙ୍କ ମଧ୍ୟରେ ଉଦଜୀବିତ କରିବା ଲକ୍ଷରେ ବିଭିନ୍ନ ପରମ୍ପାରିକ କାର୍ଯ୍ୟକ୍ରମ କରିବା ସହିତ ପାରମ୍ପାରିକ ବାଦ୍ୟ ସହିତ ବିଭିନ୍ନ ପାରମ୍ପାରିକ ନୃତ୍ୟ ର ପ୍ରଶିକ୍ଷଣ ପାଇଁ ଯୁବ ପିଢ଼ି କୁ ଉତ୍ସାହିତ ତଥା ପ୍ରେରିତ କରୁଛି ଆଦିମ୍ ସଂସ୍କୃତି ସଂସ୍ଥା। ଆଦିମ୍ ସଂସ୍କୃତି ସଂସ୍ଥା ର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ରୁଦ୍ରମଣୀ ପାତ୍ର ଦୀର୍ଘ ବର୍ଷ ହେଲା ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ନିଜର ବ୍ରତ ରୂପେ ମାନିନେଇଛନ୍ତି।

ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କ କରକୋମଳରେ ଚତୁର୍ଥ ତମ ସ୍ମରଣିକା (ପୁସ୍ତକ) ଉନ୍ମୋଚନ କରାଯାଇଛି ବୋଲି କହିଛନ୍ତି ଆଦିମ ସଂସ୍କୃତି ସଂସ୍ଥା ର ରାଷ୍ଟ୍ରୀୟ ଡ଼ଃ ରୁଦ୍ରମଣୀ ପାତ୍ର । କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଉଁରୀକଳା ଗ୍ରାମରେ ଆଦିମ୍ ସଂସ୍କୃତି ସଂସ୍ଥା ପକ୍ଷରୁ ଏକ କାର୍ଯ୍ୟାଳୟ ସ୍ଥାପନା କରି ଯୁବ ବର୍ଗକୁ ଆଦିମ ଅଧିବାସୀଙ୍କ କଳା ଏବଂ ସଂସ୍କୃତି ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ତାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଯାଉଥିବା କହିଛନ୍ତି ଆଦିମ ସଂସ୍କୃତି ସଂସ୍ଥା ର ଡ଼ଃ ରୁଦ୍ରମଣୀ ପାତ୍ର।

ଆଗାମି ଦିନରେ କେନ୍ଦୁଝର ଜିଲ୍ଲା ଆଦିବାସୀ ଙ୍କର କଳା ଓ ସଂସ୍କୃତି ର ହବ୍ ହେବ ବୋଲି କହିଛନ୍ତି ଡ଼ଃ ରୁଦ୍ରମଣୀ ପାତ୍ର। କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ରୁ ଭବିଷ୍ୟତରେ ଏହି ଆଦିବାସୀ କଳାକୁ ଆପଣାଇ ବୃତ୍ତି ଭାବେ ଭବିଷ୍ୟତ ଗଢିବାକୁ ଇଛୁକ ଛାତ୍ରଛାତ୍ରୀ ମନଙ୍କ ପାଇଁ ଏକ ଆବାସିକ ବ୍ୟବସ୍ଥା କରିବାପାଇଁ ଲକ୍ଷ ରଖିଥିବା କହିଛନ୍ତି ଡ଼ଃ ପାତ୍ର।
କେଉଁଝର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଅରବିନ୍ଦ ବେହେରାଙ୍କ ରିପୋର୍ଟ।
