ଆନ୍ତରାଜ୍ୟ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ

 

ଫେରାର ଥିବା ଆନ୍ତରାଜ୍ୟ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ।
ସମଗ୍ର କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ବାରମ୍ବାର ଚାଲାଣ କରି ଜେଲ କୁ ଯାଇ ପୁଣି ହାଇକୋର୍ଟ ରୁ ବେଲ ଆଣି ଖୁଲମ ଖୁଲା ଭାବେ ପୁଣି ଗଞ୍ଜେଇ ଚାଲାଣ କରି ଫେରାର ଥିବା ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ କୁ ବାଲିଗୁଡା ପୋଲିସ ତାଙ୍କ ନିଜ ଘରୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ଏକ ଖବର ଦାତା ସମ୍ମିଳନୀ କରି ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଘଟଣା ରୁ ପ୍ରକାଶ ଯେ, ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଞ୍ଚାୟତ ତିଲାପାଙ୍ଗା ଗ୍ରାମର ରାଜେଶ ଓରଫ ନକୁଳ ଦିଗାଳ (୩୯) ଙ୍କ ନାମରେ ପୂର୍ବରୁ ବାଲିଗୁଡ଼ା ଥାନାରେ ଦୁଇଟି,

ଦାରିଙ୍ଗବାଡି ଥାନାରେ ଦୁଇଟି ଓ ନୟାଗଡ ଥାନାରେ ଗୋଟିଏ ଏପରି ୫ଟି ଗଞ୍ଜେଇ ଚୋରା ଚାଲାଣ ମାମଲାର କେଶ୍ ରହିଛି ଓ ଗୋଟିଏ ଗଞ୍ଜେଇ ମାମଲାରେ ପୁର୍ବରୁ ଜେଲ ଯାଇଥିଲା ଏବଂ ହାଇକୋର୍ଟ ରୁ ବେଲରେ ବାହାରକୁ ଆସିଥିଲା । ଗତ ୨୦୨୫ ମସିହା ଏପ୍ରିଲ ମାସ ୨୦ ତାରିଖରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ପରୁଭଟ୍ଟା ଜଙ୍ଗଲର ଗୋଟିଏ ସ୍ଥାନରେ ୪୧୫ କେଜି ଗଞ୍ଜେଇ ୨୦ ଟି ପ୍ଲାଷ୍ଟିକ୍ ବ୍ୟାଗରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ସେହି ସ୍ଥାନରେ ଚଢାଉ କରି ଗଞ୍ଜେଇ କୁ ଜବତ କରିଥିଲେ l

କିନ୍ତୁ ପୋଲିସ କୁ ଚକମା ଦେଇ ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ସେହିଦିନ ଠାରୁ ବାଲିଗୁଡା ପୋଲିସ ଅଭିଯୁକ୍ତ ନକୁଳ କୁ ଖୋଜୁଥିଲା, ଏ ନେଇ ବାଲିଗୁଡ଼ା ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ ମଧ୍ୟ ଗଠନ କରି ନକୁଳ ର ନିଜ ଗାଁ ଘରୁ ସଫଳତା ର ସହ ଗିରଫ କରି ତାକୁ କୋର୍ଟ ଚାଲାଣ କରିଥିଲା l

ଏତଦ ବ୍ୟତୀତ ଏହି ଗଞ୍ଜେଇ କାରବାର ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଆହୁରି ଅଧିକ ତଦନ୍ତ କରାଯାଉଛି ବୋଲି ଏସଡିପିଓ ଶୁଭମ ଭୋସଲେ ସୁଚନା ଦେଇଛନ୍ତି । ଏହି ସମୟରେ ଆଇଆଇସି ଶିବ ରଂଜନ ସିଂଘା ମଧ୍ୟ ଉପସ୍ଥିତ ଥିଲେ ।
ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *