ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଉପଲକ୍ଷେ ରାୟଗଡ଼ା ପୌରପରିଷଦ ତରଫରୁ ବିଜୁ ପଟ୍ଟନାୟକ ଅଡିଟୋରିଉମ ଠାରେ ପାଳିତ ହୋଇଥି

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଉପଲକ୍ଷେ ରାୟଗଡ଼ା ପୌରପରିଷଦ ତରଫରୁ ବିଜୁ ପଟ୍ଟନାୟକ ଅଡିଟୋରିଉମ ଠାରେ ପାଳିତ ହୋଇଥିଲା। ଏହି କାର୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସ.ପି. , ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହ୍ନର , ପ୍ରକଳ୍ପ ନିର୍ଦେଶକ ଅଶୋକ ଖେମୁଣ୍ଡି , ସନମାନୀୟ ଅତିଥି ଭାବେ ପୌରପରିଷଦର ଭାଇସ ଚେୟାରମ୍ଯାନ ଶ୍ରୀମତୀ ଶୁଭ୍ରା ପଣ୍ଡା , ବବି ଲତା ସ୍ବରୂପ , କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଏବଂ ସମସ୍ଯ କାଉନ୍ସିଲରବୃନ୍ଦ ଉପସ୍ଥିତ ଥିଲେ। ଏହି କାର୍ୟକ୍ରମରେ ମହିଳା କର୍ମଚାରି ଏବଂ ଏସ୍.ଏଚ୍.ଜି. ମା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମସ୍ତ ଭାଗୀ ଦାରି ମାନଙ୍କ ପାଇଁ ବଡାଖାନା ର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ମାନେ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ମାନଙ୍କର ଭୂମିକା, ସେମାନଙ୍କର ସମାନତା, ଅଗ୍ରଣୀ ହେବା, ସମାଜରେ ଏକ ସ୍ଥାନ ତିଆରି କରିବା, ଆଗେଇବା ଆଦି ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *