ବୌଦ୍ଧ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଟାଉନ ହଲ ଠାରେ ସାଇବର ସେଫଟି କ୍ୟାମ୍ପେନ ଆୟୋଜିତ ହୋଇଯାଇଛି। ଏହି କ୍ୟାମ୍ପେନର ମୂଳ ଲକ୍ଷ ହେଲା ରୁହନ୍ତୁ, ଯାଞ୍ଚ କରନ୍ତୁ,ନିଜକୁ ନିରାପଦ ରଖନ୍ତୁ ଅନ୍ୟପଟେ ଠକେଇ, ଫେକ ମେସେଜ, ଓଟିପି ଠକେଇ, ଏବଂ ସୋସିଆଲ ମିଡିଆ ରେ ହୋଇଥିବା ବିଭିନ୍ନ ଅପରାଧ ସମ୍ପର୍କରେ ସଚେତନ ଆଦି କରାଯଇଥିଲା। ଜିଲ୍ଲା ପୋଲିସ ଅଧିକ୍ଷକ ରାହୁଲ ଗୋଏଲ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ,ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ଡିଏଫଓ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଓ ସାଇବର ସେଲ ଅଧିକାରୀ ଯୋଗ ଦେଇ ନିଜକୁ ସାଇବର ସୁରକ୍ଷା ଉପରେ ନିଜକୁ କିପରି ସୁରକ୍ଷିତ ରଖିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନତା କରାଇଥିଲେ।ଅନ୍ୟପଟେ ଜିଲ୍ଲା ଷ୍ଟାଡିୟମ ଠାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ପାଇଁ ପ୍ରଶିକ୍ଷଣ ସେସନ, ପୋଷ୍ଟର ଓ ଭିଡିଓ ମାଧ୍ୟମରେ ସଚେତନତା ସହ ଏକ ରାଲି ଦ୍ୱାରା ଟାଉନ ହଲ ଠାରେ ପହଁଚିଥିଲା ଶୋଭାଯାତ୍ରା। ପରେ ଏକ ସାଇବର ସେଫଟି କ୍ୟାମ୍ପନିଙ୍ଗ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ସାଇବର ସୁରକ୍ଷା ଭିଡିଓ ପ୍ରଦର୍ଶିତ କରାଯାଇ ନାଟକ ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ଅଧିକାରୀ, ପୋଲିସ କର୍ମଚାରୀ, ଓ ସାଇରବ ସେଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଫଟୋ ନ୍ୟୁଜ ଟାଇମ୍ସର ବୌଦ୍ଧ ଜିଲ୍ଲା ପ୍ରତିନିଧି ସୁଧାଂଶୁ ଶେଖର ମିଶ୍ର ଙ୍କ ରିପୋର୍ଟ।
