ଆଶା ଦିଦି ଙ୍କ ଗଞ୍ଜେଇ ବେପାର

ଆଶା ଦିଦି ଙ୍କ ଆଶା ରହିଗଲା ଅଧା ବାଟରେ। ଦିଦି କରୁଥିଲେ ଗଞ୍ଜେଇ ବେପାର l ମାଡ଼ି ବସିଲା ପୋଲିସ l ଗଞ୍ଜେଇ ବେପାର କରି ଫଶିଗଲେ ଆଶା ଦିଦି l ୨୨ କେଜି ଗଞ୍ଜେଇ ସହିତ ଗୋଟିଏ ବାଇକ୍ ଓ ୩ ଜଣ ଗିରଫ l ଅପରାଧୀ ଯେତେ ଚାଲାକ୍ ହେଲେ ମଧ୍ୟ ପୋଲିସ ପାଖରୁ ଖସିଯିବା ଅସମ୍ଭବ l

ମିଳିଥିବା ସୂଚନା ଅନୁସାରେ ମନମୁଣ୍ଡା ଥାନା ଅନ୍ତର୍ଗତ ପଦ୍ମତୁଲି ଗ୍ରାମରେ ଗଞ୍ଜେଇ କାରବାର ଚାଲିଥିବା ନେଇ ମନମୁଣ୍ଡା ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ l ଉକ୍ତ ଗ୍ରାମର ଆଶାକର୍ମୀ ସଇଲେନ୍ଦ୍ରି କଠାର ଙ୍କ ଘରେ ଚଢ଼ାଉ କରିଥିଲା ମନମୁଣ୍ଡା ପୋଲିସ l

ଏହି ଚଢ଼ାଉ ସମୟରେ ଗଞ୍ଜେଇ ଛତିଶଗଡ କୁ ଚୋରାଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମାଡ଼ି ବସିଥିଲା ପୋଲିସ l ଆଶା ଦିଦିଙ୍କ ଘରୁ ୨୨ କେଜି ଗଞ୍ଜେଇ ଓ ଗୋଟିଏ ହିରୋ ଗ୍ଲେମ୍ବର୍ ବାଇକ୍ ସହିତ ଦୁଇଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ l ଆଶା ଦିଦି ଙ୍କୁ ଗଞ୍ଜେଇ ବେପାରରେ ସହଯୋଗ କରୁଥିବା ବାନ୍ଦନ ଝୁଲି ଗ୍ରାମର ଜୟନ୍ତ ମେହେର ଓ ମଧ୍ୟପ୍ରଦେଶ ରାଜ୍ୟର ରବିଦାସ ନଗର ଆନନ୍ଦ ଚୌଧୁରୀ ନାମକ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିଛି ମନମୁଣ୍ଡା ପୋଲିସ l ଏ ସଂକ୍ରନ୍ତା ରେ ମନମୁଣ୍ଡା କେସ ନମ୍ବର ୩୦୭ /୨୫ରେ ଏକ ଏନଡିପିଏସ ରେ ମାମଲା ରୁଜୁ କରି ଆଶା ଦିଦିଙ୍କ ସହିତ ୨ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ମନମୁଣ୍ଡା ପୋଲିସ ସୂତ୍ରରୁ ଜଣାପଡିଛି l

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *