ଆଶ୍ରମ ବିଦ୍ୟାଳୟ କାର୍ଲଘାଟିର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ। ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କର୍ଲାଘାଟି ଗ୍ରାମପଞ୍ଚାୟତ ସଦର ମହକୁମା ସ୍ଥିତ ଆଶ୍ରମ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଆଶ୍ରମ ବିଦ୍ୟାଳୟ କର୍ଲାଘାଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କୌଶଲ୍ୟା ମାମାଲାକା, ସମ୍ମାନିତ ଅତିଥି ଫାର୍ମାସିଷ୍ଟ ବିଷ୍ଣୁ ସାହୁ, ମୁଖ୍ୟବକ୍ତା ସି.ଆର.ସି.ସି. ଅନିଲ କୁମାର ବେହେରା, ସମ୍ମାନିତ ଅତିଥି ଡାକ୍ତର ଯଶିକେତନ ଶବର, ଭି.ଇ.ସି. ସଭାପତି ମଦନ ବଳିୟାରସିଂ ଯୋଗ ଦେଇଛନ୍ତି। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସମାଜ ସେବୀ କାଶୀ ବିଶ୍ୱନାଥ ବଳିୟାରସିଂ, ଛାତ୍ର ସଂଗଠନ ସଭାପତି ବାବୁଲା ଗଣ୍ଟା,ବରିଷ୍ଠ ସାମ୍ବାଦିକ ପ୍ରସାଦ ଲିମା, ଓ ମକରଧ୍ଵଜ କାଦାମ୍ବାଲୁ ପ୍ରମୁଖ ମଞ୍ଚାସିନ ରହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପଦୀପ ନୈବେଦ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ସହିତ ଉତ୍ତରୀୟ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଛ ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ, ଶିକ୍ଷକ ସୁନୀଲ କୁମାର ପଦମସେଟଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ, ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଅଭିଭାଷଣ ପରେ ପରେ ବିଦ୍ୟାଳୟର ବାର୍ଷିକକ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ମେଡ଼ାଲ ଦେଇ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ ସମୟରେ ୪ ଜଣ ଶିକ୍ଷକ, ଜଣେ ମହିଳା ଶିକ୍ଷ୍ୟାୟିତ୍ରୀ, ଜଣେ ମହିଳାସ୍ୱାସ୍ଥ୍ୟ କର୍ମୀ , ଶ୍ରେଣୀ ଗୃହର ମରାମତି ଓ ପ୍ରାଚୀରର ଅଭାବ ରହିଥିବା ସୂଚନା ଦେଇଥିଲେ। ସର୍ବପରି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ସେବାୟତ ସହ ନିମନ୍ତ୍ରିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଶେଷରେ ସଭାପତି ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ରଶ୍ମି ରଞ୍ଜନ ଶବର ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ଏହିପରି ଉତ୍ସବ ଆୟୋଜିତ ହୋଇଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ବୁଦ୍ଧିଜୀବୀ ମହଲରେ ଭୁରି ଭୁରି ପ୍ରଶଂସା କରିଛନ୍ତି। ଗୁଡାରୀ ରୁ ଫଟୋ ନ୍ୟୁଜ ଟାଇମସ୍ ର ସ୍ଵତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ୍।
ଆଶ୍ରମ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।
