ଇନପୁଟ ସବସିଡିରେ ବାଦକ ହେଉଛନ୍ତି ନେତା

 

ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି। ପଦ୍ମପୁର ଓ ଗୁଣୁପୁର ଆସନ୍ତା ଡିସେମ୍ବର ୨୪ ତାରିଖରେ ଆରମ୍ଭ ହେବ।ପ୍ରଥମ ପର୍ଯ୍ୟାୟରେ ୭୩ହଜାର ୨୦୦ମେଟ୍ରିକ ତନ କିଣାଯିବ। ଏ ନେଇ ଆଜି ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ରାୟଗଡ ଅତିରିକ୍ତ ଜିଲ୍ଳାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାୟଗଡ ବିଧାୟକ, କାଡ୍ରାକା ଆପାଳସ୍ୱାମୀ,ଵିଷମ କଟକ ବିଧାୟକ, ନୀଳମାଧଵ ହିକକା ଏବଂ କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି ଯୋଗ ଦେଇଥିଲେ।
ଏଥି ସହିତ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ନିହାର ରଞ୍ଜନ କହଁର,ଗୁଣପୁର ଉପଜିଲ୍ଳାପାଳ ଦୁଧlଳ ଅଭିଷେଖ ଦିଲ୍ଲୀପ,ରାୟଗଡା ଉପଜିଲ୍ଳାପାଳ ରମେଶ କୁମାର ଜେନା,ମୁଖ୍ୟ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ଦଶରାଥି ସୋରେନ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଏହେସlନ ଶେଖଙ୍କ ସମେତ ଚାଷୀପ୍ରତିନିଧି, ମିଲର୍ସ, ସମବାୟ ସମିତିସଂପାଦକ, ଏମ.ପି.ସି.ଏସ୍. ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ ।


ଚଳିତ ଖରିଫ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୭୩ ହଜାର ୨୦୦ ମେଟ୍ରିକ ଟନ ଧାନ ଚାଷୀମାନଙ୍କଠୁ କିଣାଯିବ l ଜିଲ୍ଲାରେ ୨୧ ହଜାର ୪୮୬ ଜଣ ଚାଷୀଙ୍କ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଛନ୍ତି l ଗତବର୍ଷ ୧ ଲକ୍ଷ ୨୨ ହଜାର ୬୯ ମେଟ୍ରିକ ଟନ ଧାନ ଆକାରରେ ୮୧ ହଜାର ୭୨୨ ମେଟ୍ରିକ୍ ଟନ ଚାଉଳ ସଂଗ୍ରହ କରାଯାଇଥିଲା l ଜିଲ୍ଲାର ୧୮ ହଜାର ୯୬୩ଜଣ ପଂଜୀକୃତ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଥିଲା ଏବଂ ଏଥିରେ ୧୪ ଟି ଲ୍ୟାମ୍ପସ୍ ଅଧିନରେ ୪୩ଟି ମଣ୍ଡି ଖୋଲାଯାଇଥିଲା ଏବଂ ଜିଲ୍ଳାର ୧୧୧ ଜଣ ମିଲର୍ସ ଅଂଶଗ୍ରହଣ କରିଥିଲେ ।
ଚଳିତ ବର୍ଷ ମଧ୍ୟ ୪୩ଗୋଟି ମଣ୍ଡିରେ ଧାନ ସଂଗ୍ରହ କରାଯିବ l

ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରିୟ ସମୟରେ କୈାଣସି ଅସୁବିଧାର ସମ୍ମୁଖୀନ ନୁହୁଅନ୍ତି ସେଥି ପାଇଁ ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ରାୟଗଡ଼ ବିଧାୟକ ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ l ଏହା ସହିତ ପ୍ରକୃତ ଚାଷୀଙ୍କୁ ବୈଠକକୁ ଡକାଯାଉ ବୋଲି କହିଥିଲେ l ଜିଲ୍ଲାରେ ଚାଷୀ ମାନକ ଠରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ କରାଯିବା ପାଇଁ ଓ ଅଧିକରୁ ଅଧିକ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ କରି ପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ଜନପ୍ରତିନିଧି ମାନେ କହିଥିଲେ l

ପ୍ରକାଶ ଥାଉକି ନୂଆପଡାର ବିଜେଡିର ବିଧାୟକ ପାର୍ଥୀନୀ ସେନ୍ହଙ୍ଗିନୀ ଛୁରିଆଙ୍କ ପରିବାର ନାମରେ ୧୦୦ ଏକରରୁ ଉର୍ଦ୍ଧ ଧାନ ଚାଷ ହେଉନଥିବା ଜମିକୁ, ଯାହାକି ଏକ ପ୍ରକାର ତୋଟା ଏବଂ ଜଙ୍ଘଲ କିସମର ,ତାହାକୁ ଧାନ ବିଲ ହିସାବରେ ସରକାରଙ୍କ ନିକଟରେ ପଞ୍ଜିକୃତ କରାଯାଇଛି ବିଗତ ୧୦ ବର୍ଷ ହେବ ମିଲରଙ୍କ ସହାୟତାରେ ଇନପୁଟ ସବସିଡି ନେଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଆମ ମିଡ଼ିଆ ହାଉସକୁ ହସ୍ତଗତ ହୋଇଅଛି। ଏହାର ତଦନ୍ତ କରି ସରକାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ଧାନର କ୍ରୟମୂଲ୍ୟ ଓଡିଶାର ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ଟଙ୍କା ଓ ଏ ଗ୍ରେଡ଼ର ଧାନ ମୂଲ୍ୟ ୨୩୮୯ଟଙ୍କା ସରକlର ଧlର୍ଯ୍ୟ କରିଛନ୍ତି l ଇମ୍ପୁଟ ସହାୟତା ଟ୭୩୧/- କରାଯାଇଛି l ଅନ୍ୟରଜ୍ୟର ସୀମାନ୍ତ ଅଂଚଳ ଗୁଡିକରେ କଡା ନଜର ରଖିବା ପାଇଁ ଉଭୟ ଉପଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଥିଲେ l

ଚାଷୀ ମାନଙ୍କ ଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଜମା କରାଯିବ l ଚାଷୀ ଏଫକ୍ୟୁ ମlନରଧାନ ମଣ୍ଡିକୁ ଆଣିବେ l ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ ଓ ଧାନର ଗୁଣବତ୍ତା ଚେକ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ l ଚାଷୀ ମଣ୍ଡିରେ କୌଣସି ପ୍ରକାର ଅସୁବିଧା ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି l ଚାଷୀ ମାନଙ୍କ ସୁବିଧା ନିମନ୍ତେ ଧାନ ବିକ୍ରୟ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ l ଜିଲ୍ଲାରେ ଖରିଫ ଧାନ ଆସନ୍ତା ମାସ ୧୭ତାରିଖରେ ଆରମ୍ଭ କରାଯାଇ ୩୧ମାର୍ଚ୍ଚ ୨୦୨୬ଯାଏଁ କିଣାଯିବ l ସେହିପରି ପଦ୍ମପୁର ଓ ଗୁଣୁପୁର ବ୍ଲକରେ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ମଣ୍ଡି ଖୋଲାଯିବ l ଚାଷୀମାନଙ୍କ ଜାଣିବା ପାଇଁ ବିଭିନ୍ନ ମାଧ୍ୟମରେ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ବ୍ୟାପକ ସଚେତନତା କରାଯିବ।
ରାୟଗଡାରୁ ମନୋରଞ୍ଜନ ଶତପଥୀ ଏବଂ ନୂଆପଡ଼ାରୁ ତପନ ଦାସଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *