ରାୟଗଡା ଜିଲ୍ଲା ସରକାରୀ ନଡାଲ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀ ଖେଳ ପଡିଆରେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାଂଗୁଡା ରୁପା ମାଝୀଙ୍କ ତତ୍ୱାବଧାନରେ ତା: ୦୯. ୦୯. ୨୦୨୫ ଠାରୁ ୧୦. ୦୯. ୨୦୨୫ ପର୍ଯ୍ୟନ୍ତ ୨ ଦିନିଆ ଉଚ୍ଚ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟନ ହୋଇଯାଇଛି। ଉକ୍ତ ଉଦ୍ଘାଟନ ଉତ୍ସବରେ ଭାରପ୍ରାପ୍ତ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଯୋଗଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାଂଗୁଡା ରୁପାମାଝି, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଶାନ୍ତି ପ୍ରଦେଣ୍ଟି, ସି ଆର ସି ସି. (ଏନ ଏ ସି) ରାମକୃଷ୍ଣ ସାହୁ, ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଲୋକନାଥ ପୁରର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ତୁଳ, ନେତାଜୀ ସୁବାଷ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଭୁରୁକୁଡୁର ପ୍ରଧାନ ଶିକ୍ଷକ ନେତ୍ରା ନନ୍ଦ ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ସ୍ଥାନୀୟ ମାଁ ଭଣ୍ଡାର ଘରଣୀ ମନ୍ଦିରରେ ପୂଜାର୍ଚ୍ଚନା ସହକାରେ ମଶାଲ ବତୀ ଜାଳି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ମୁଖ୍ୟ ଅତିଥି ଶ୍ରୀମତୀ ସ୍ୱାଇଁଙ୍କୁ ହସ୍ତାନ୍ତର କରଥିଲେ। ଅତିଥି ମାନଙ୍କ ଗହଣରେ ଶ୍ରୀମତି ସ୍ୱାଇଁ ମଶାଲ ସ୍ଥାପନ କରିଥିଲେ। ପରେ ପରେ ଅତିଥି ମାନଙ୍କ ଗହଣରେ ସଭାପତି ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ଶ୍ରୀମତୀ ସ୍ୱାଇଁ କ୍ରୀଡାପତାକା ଉତ୍ତ୍ୱଳନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ପ୍ରତିଯୋଗୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ସ୍ୱାଗତ ଅଭିବାଦନ ପ୍ରଦାନ କରାଯାଇଥିଲା। ମଞ୍ଚରେ ମୁଖ୍ୟ ଅତିଥିଙ୍କ ଅବିଭାଷଣ ମାଧ୍ୟମରେ ମାର୍ଗ ଦର୍ଶନ, ପରେ ସମ୍ମାନିତ ଅତିଥି ମାନେ କ୍ରୀଡାର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ମତ ପ୍ରଦାନ କରିଥିଲେ। ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ପୂର୍ବକ ଉଦ୍ଘାଟନ ଉତ୍ସବ ସମାପନ ହୋଇଥିଲା। ମଧ୍ୟାହ୍ନ ଭୋଜନ ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଉକ୍ତ ପ୍ରତିଯୋଗିତାରେ ୧୦ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ବିଦ୍ୟାଳୟର ଖେଳ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଯୋଗିତାକୁ ପରିଚାଳନା କରୁଥିବା ବେଳେ ସରକାରୀ ନୋଡାଲ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରୁଥିଲେ। ପ୍ରତିଯୋଗିତାକୁ ନୋଡାଲ ଖେଳ ଶିକ୍ଷକ ରାଧାକାନ୍ତ ଗୁରୁ ପରିଚାଳନା କରୁଥିବା ବେଳେ ଉଦ୍ଘାଟନ ଉତ୍ସବରେ ବିଜ୍ଞାନ ଶିକ୍ଷକ କିରଣ ଦ୍ବୟ ନନ୍ଦ ମଞ୍ଚ ପରିଚାଳନା କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ଉଚ୍ଚ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନ ସମାରୋହ ଉତ୍ସବ ଅନୁଷ୍ଠିତ।
