ଉତ୍କଳ ଆଲୁମିନା ପକ୍ଷରୁ ସାରଥୀ ଉତ୍ସବ ଅନୁଷ୍ଠିତ।
ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାରଥୀ ଉତ୍ସବ ଆୟୋଜିତ ହୋଇଯାଇଛି। ଭାରିଯାନ ଚାଳକଙ୍କୁ ସମ୍ବର୍ଦ୍ଧିତ ତଥା ସେମାନଙ୍କୁ ସଡ଼କ ପରିବହନ ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଏହି ଅବସରରେ ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ପଲ୍ ଯୋଗଦେଇଥିବା ବେଳେ ଦୋରାଗୁଡ଼ା ଏସ୍ଆଇ ସ୍ୱରୂପ ପ୍ରଧାନଙ୍କ ସମେତ ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ରବିନାରାୟଣ ମିଶ୍ର ଓ ଏଫ୍ଏଚ୍ ଲଜିଷ୍ଟିକ୍ ସମୀର ପାଢ଼ୀ ପ୍ରମୁଖ ମଞ୍ଚସ୍ଥ ଥିଲେ।
ରାୟଗଡା ରୁ ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
