ଉଦଯାପିତ ହେଲା ଶ୍ରୀ ଶ୍ରୀ ଶ୍ରୀ କଲ୍ୟାଣ ଭେଙ୍କେଟଶ୍ଵର ସ୍ଵାମୀ ମନ୍ଦିର ସ୍ଵର୍ଣ୍ଣ ଉତ୍ସବ । ରାୟଗଡା ଜିଲ୍ଲା ଜେକେପୂର ସ୍ଥିତ ସର୍ବ ପୁରାତନ ତଥା ସର୍ବ ଶ୍ରେଷ୍ଠ କଲ୍ୟାଣ ଭେଙ୍କଟଶ୍ୱର ସ୍ଵାମୀ ମହାପ୍ରଭୁଙ୍କ ମନ୍ଦିରର ବାର୍ଷିକ ଉତ୍ସବ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ୨୩ତାରିଖ ସମବାର ଠାରୁ ୨୮ତାରିଖ ଶନିବାର ପର୍ୟ୍ୟନ୍ତ ବ୍ରହ୍ମତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଚଳିତ ମାସ ଫେବୃଆରୀ ୨୩ରୁ ୨୮ତାରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଶାସ୍ତ୍ରୀୟ ରୀତିନୀତିରେ ସମ୍ପୂର୍ଣ ହୋଇଛି |

ସୁଦୂର ବ୍ରହ୍ମପୁର ଏବଂ ଭିଶାଖା ପାଟଣା ରୁ ଆସିଥିବା ଶ୍ରୀମାନ ଆମ୍ପଲୁ ଅନନ୍ତ ଭେଙ୍କେଟ ଶ୍ରିନିଭାସ ଆଚାରି ଏବଂ ଶ୍ରୀମାନ ଗୋପିନ୍ନାମ୍ବାଲା ସେଶ ଆଚାରି ବ୍ରହ୍ମ ଉତ୍ସବ ପରିଚାଳନା ନିମନ୍ତେ ତାଙ୍କ ୧୦ଜଣ ପଣ୍ଡିତଗଣ ଏବଂ ସ୍ଥାନୀୟ ୫ଜଣ ପୁରୋହିତଙ୍କ ଦ୍ୱାରା ସମସ୍ତ ରୀତିନୀତି ଅନୁଯାୟୀ ପୂଜାଵିଧି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା | ଉକ୍ତ ୬ଦିନରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ଅର୍ଣ୍ଣପ୍ରସାଦର ବ୍ୟବସ୍ଥା କରାଯାଇଥିବା ବେଳେ, ଶ୍ରୀ ଶ୍ରୀ ଶ୍ରୀ କଲ୍ୟାଣ ଭେଙ୍କେଟଶ୍ୱର ସ୍ଵାମୀ ଙ୍କ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ମାନେ ଆଶ୍ରିବାଦ ଲାଭ କରିଥିଲେ | ପ୍ରତିଦିନ ପୂଜକ ପଣ୍ଡିତମାନଙ୍କ ଦ୍ୱାରା ସୁପ୍ରଭାତ ଗାନ, ୧୦୮କଳସ ସ୍ନାନ, ହନୁମାନ, ଗରୁଡ, ଗଜ ବାହନ ସେବା, ଶେଷ ବାହନ ସେବା, ଅର୍ଣ୍ଣଯଜ୍ଞ, ଘୃତଯଜ୍ଞ, ଶ୍ରୀ ସୀତାରାମ ଙ୍କ ବିବାହ ଉତ୍ସବ, ଗୋ ମାତା ଏବଂ ସ୍ବତନ୍ତ୍ର ହୋମ କରାଯାଇଥିଲା ବୋଲି ମନ୍ଦିର ମୁଖ୍ୟ ପୂଜକ କହିଛନ୍ତି |

ସେହିପରି ଜେକେ କମ୍ପାନୀ ବିନୟ ଦ୍ବିବେଦୀ, ପିଏ ଆଇଟିଡିଏ ଚନ୍ଦ୍ରକାନ୍ତ ମାଝି, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ଙ୍କ ସମେତ ଗୌରୀ ଶଙ୍କର ଏବଂ ଅଧିକାରୀ ମନ୍ଦିର ଟ୍ରଷ୍ଟ ଓ ପରିଚାଳନା କମିଟି ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପରିଚାଳନା ହୋଇଥିବା ମଧ୍ୟ ମୁଖ୍ୟ ପୂଜକ ଶ୍ରୀ ଆଚାରି ପ୍ରକାଶ କରିଛନ୍ତି |

ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
