ଉପାନ୍ତ ଅଞ୍ଚଳରେ ରାସ୍ତାର ହାଲ, ବେହାଲ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉପାନ୍ତ ରେ ବିକାଶ ଅପହଞ୍ଚ। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “we state you investigate”। ୨୪ବର୍ଷ ର ବିଜେଡି ସରକାର ରେ ନାହିଁ ଭଲ ରାସ୍ତା ଏବଂ ଚଳିତ ଏକବର୍ଷ ବିଜେପି ସରକାରଙ୍କର ଦୃଷ୍ଟି ପଡୁନାହିଁ ଇ ଯାତାୟାତ ପାଇଁ ଅସୁବିଧା ଭୋଗନ୍ତି ଦୁଇ ପଞ୍ଚାୟତର ୮ଖଣ୍ଡ ଗ୍ରାମ ବାସି I ଆସନ୍ତୁ ଦେଖିବା ଏହି ରିପୋର୍ଟ I
ଏହା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉପାନ୍ତ ଅଞ୍ଚଳ ଘଣ୍ଟାପଡା ପଞ୍ଚାୟତ ର ହଳଦୀ ପାଳି ଗାଁ ଏହି ଅଞ୍ଚଳରେ ଅଧିକ ଆଦିବାସୀ ସମ୍ପ୍ରଦାୟ ଲୋକ ବସବାସ କରିଥାନ୍ତି I ତେବେ ରେକଡୋଲ ରୁ ହଳଦୀ ପାଳି ଯାଇଥିବା ରାସ୍ତା ଅବସ୍ଥା ଦେଖି ଲାଗୁଛି ଅଞ୍ଚଳ ରେ କେତେ ହୋଇଛି ବିକାଶ I ରାସ୍ତା ର ସ୍ଥାନେ ସ୍ଥାନେ ବଡ଼ ବଡ ଗର୍ତ୍ତ I ଗର୍ତ୍ତ ରେ ପାଣି I ବର୍ଷା ଦିନେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡେ I

ଏହି ରାସ୍ତା ଦେଇ ଘଣ୍ଟାପଡା ଓ କୁଳୁତାଜୋର ପଞ୍ଚାୟତ ଅଞ୍ଚଳର ୮ ଖଣ୍ଡ ଗ୍ରାମ ର ଲୋକେ ଯାତାୟାତ କରିଥାନ୍ତି I କିନ୍ତୁ ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ଯାତାୟାତ ସମୟ ରେ ଏହା ପୋଖରୀ ଏବଂ ଧାନ ବିଲର ଭ୍ରମ ସୃଷ୍ଟି କରେ। ସ୍ଥାନୀୟ ବାସିନ୍ଦା ସତ୍ୟ ବିଭାର ଏବଂ ସୁରଥ ପୁଟା ତାଙ୍କର ମତ ଓ ମନ୍ତବ୍ୟ ରଖିଛନ୍ତି।
ଏହି ରାସ୍ତା ରେ ଖରା ଦିନେ କଷ୍ଟେ ମଷ୍ଟେ ଲୋକ ଯାତାୟାତ କରିଥାନ୍ତି କିନ୍ତୁ ବର୍ଷା ଦିନ ଆସିଲେ ତାଙ୍କ ଦୁଃଖ ଦୁଇଗୁଣ ହୋଇଯାଏ I

ଗାଁ ରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଯଦି ହୂଏ ଗାଁ କୁ ଆମ୍ବୁଲାନ୍ସ ଯିବା ଅସମ୍ଭବ ହୋଇପଡ଼ିଥାଏ I ଯାହା ଫଳରେ ଲୋକେ ବାଇକ ରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ବାକୁ ପଡେ I ଏହି ରାସ୍ତା ପାଇଁ ଟଙ୍କା ଆସେ କିନ୍ତୁ କେବଳ ମୁରୁମ୍ ବିଛେଇ କାମ ସାରିଦିଅନ୍ତି ଠିକାଦାର। ଟିକିଏ ବର୍ଷା ହେଲେ ରାସ୍ତାର ହାଲ ବେହାଲ ହୁଏ I

ତେବେ ଉକ୍ତ ରାସ୍ତା ଉପରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ମେଟାଲିଙ୍ଗ କରି ଉକ୍ତ ରାସ୍ତା ମରାମତି ପାଇଁ ଲୋକେ ଦାବି କରିଛନ୍ତି। ଗ୍ରାମବାସୀ ଜଗେନ୍ଦ୍ର ପୁଟା ଏବଂ ମଧୁସୂଦନ ମଲ୍ଲିକ ମତ ରଖିଛନ୍ତି ଯେ ଉପାନ୍ତ ରେ କେବେ ପଡିବ ପ୍ରଶାସନର ନଜର I କେବେ ହବ ଭଲ ରାସ୍ତା I ଶୁରୁଖୁରୁ ରେ ଯାତାୟାତ କରିବେ ଲୋକମାନେ ଇ
ବୌଦ୍ଧ ଜିଲ୍ଲାରୁ ଫଟୋ ନ୍ୟୁଜ୍ ଟାଇମ୍ସ ର ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *