ରାୟଗଡା ଜିଲ୍ଲା କୋରାଡ଼ା ସ୍ଥିତ ମୀନାଝୋଲା ଶୈବପିଠରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଶ୍ରୀନିବାସ ଙ୍କ ରିପୋର୍ଟ୍।
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ରୁ ୩୨ କିଲୋମିଟର ଦୁରରେ ଥିବା ମୀନାଝୋଲା ଶୈବପିଠରେ ଭଗବାନ ଶିବ ମତ୍ସ ରୂପରେ ପୂଜା ପାହାନ୍ତି ।ଏହି ଶୈବ ପୀଠ ବହୁ ପୁରାତନ ଶୈବପୀଠ । ଏହି ପୂଣ୍ୟ କ୍ଷେତ୍ରରେ ତିନୋଟି ନଦୀ ବଂଶଧାର , ଚାଉଳଧୂଆଁ ଓ ପଳପଳିଆ ର ଏକ ସଂଙ୍ଗମ ସ୍ତଳ ଅଛି ଏହାକୁ ତ୍ରିବେଣୀ ସଙ୍ଗମ ବୋଲି ମଧ୍ୟ କୁହନ୍ତି । ଏହି କ୍ଷେତ୍ରରେ ନନ୍ଧଗିରି ବାବା ୫ ବର୍ଷ ପୂର୍ବେ ଜନ କଲ୍ୟାଣ ଆଶ୍ରମ ସ୍ଥାପନ କରିଛନ୍ତି । ନନ୍ଦଗିରି ବାବାଙ୍କ ନେତୃତରେ ପ୍ରତିବର୍ଷ ମାଘ ପୂର୍ଣ୍ଣିମା ପାଳନ କରାଯାଇଛି। ଲକ୍ଷ୍ମୀବାବାଙ୍କ ଶିସ୍ୟ ଏବଂ ଭକ୍ତମାନେ ବହୁ ଦୁରରୁ ଆସି ଭଜନ ଓ କିର୍ତ୍ତନ କରନ୍ତି। ତିନୋଟି ନଦୀର ପାଣି ମିଶି ଭଗବାନ ମୀନକେତନଙ୍କ ପାଦ ସ୍ପର୍ଶ କରି ଗୌରି କୁଣ୍ଡରେ ପଢ଼ିଥାଏ I ମାଘ ପୂର୍ଣ୍ଣିମା ଦିନ ଏହି ଶୈବପୀଠରେ ଶ୍ନାନ କଲେ ସାତ ଜନ୍ମର ପୂଣ୍ୟ ମିଳିବ ବୋଲି କୁହନ୍ତି। ଏହି ତ୍ରିବେଣୀ ସଙ୍ଗମରେ ପ୍ରୟାଗରାଜ ଦିନ ବୁଢ଼ ପକାଇବା ପାଇଁ ଭକ୍ତମାନେ ବ୍ୟାକୁଳ ହୁଅନ୍ତି । ଏହି ଶୈବପୀଠ ମଧ୍ୟ ତିନୋଟି ନଦୀର ସଙ୍ଗମ ହୋଇଥିବାରୁ ଭାରତ ବର୍ଷରେ ଏହା ଦ୍ୱିତୀୟ ତ୍ରିବେଣୀ ସଙ୍ଗମ ବୋଲି ଲକ୍ଷ୍ମିବାବା ମତ ପ୍ରକାଶ କରିଛନ୍ତି । ଆମେ ଏହା ପ୍ରକାଶନ କରୁଅଛୁ, କାରଣ ଏହି ସ୍ନାନ ବିଷୟରେ ବହୁ ଲୋକ ଜାଣିନାହାନ୍ତି।
ଏହି ଶୈବପୀଠ ମଧ୍ୟ ତିନୋଟି ନଦୀର ସଙ୍ଗମ ହୋଇଥିବାରୁ ଭାରତ ବର୍ଷରେ ଏହା ଦ୍ୱିତୀୟ ତ୍ରିବେଣୀ ସଙ୍ଗମ
