ସରକାର ପ୍ରାଥମିକ ଶିକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି। ସେଥିପାଇଁ ଉପାନ୍ତ ଜିଲ୍ଲା ମାନଙ୍କରେ ବିଭିନ୍ନ ସ୍କିମ୍ କରି ପ୍ରାଥମିକ ଶିକ୍ଷାର ଉନ୍ନତି କରୁଛନ୍ତି ବୋଲି ଦର୍ଶାଉଛନ୍ତି। ଏଭଳି ଏକ ଉପାନ୍ତ ଜିଲ୍ଲା ହେଉଛି ରାୟଗଡା। ଏଠାରେ ସି.ପି.ଆଇ.(ଏମ୍.ଏଲ୍),
ଏ.ଆଇ.ସି.ସି.ଟି.ୟୁ. କିନ୍ତୁ ମଧ୍ୟାହ୍ନ ଭୋଜନ ଚଳାଉଥିବା କର୍ମଚାରୀ ମାନଙ୍କ ସହିତ ମିଶି ସରକାରଙ୍କୁ ସମାଲୋଚନା କରିଛନ୍ତି।
ରାୟଗଡ଼ା ଜିଲ୍ଲା ଗୁଣପୁରର ପୂରୁଣା ଗୁଣପୁରର ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ସି.ପି.ଆଇ.(ଏମ୍.ଏଲ୍) ରାୟଗଡ଼ା ଜିଲ୍ଲା ସଭାପତି ଏବଂ ଏ.ଆଇ.ସି.ସି.ଟି.ୟୁ ତରଫରୁ ବ୍ଲକ ସ୍ଥରିୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମ୍ମିଳନୀରେ ଏକ ଶହରୁ ଅଧିକ ପାଚିକା ଓ ସହାୟିକା ଯୋଗ ଦେଇଥିଲେ । ଉକ୍ତ ସମ୍ମିଳନୀକୁ ଦକ୍ଷିଣ ଓଡ଼ିଶାର ଉପଦେଷ୍ଟା ଶ୍ରୀ ତିରୁପତି ଗୋମାଙ୍ଗ ଓ ପାଚିକା ସଙ୍ଘର ସଭାପତି ମୁନି ଶବର ଯୋଗଦେଇ

କେନ୍ଦ୍ରର ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ଜନ ବିରୋଧୀ ନିତି ବିରୁଦ୍ଧରେ ଚଳିତ ମାସ ୨୦ ତାରିଖ ଦିନ ଦେଶ ବ୍ୟାପି ହେବାକୁ ଥିବା ଧର୍ମଘଟ ଓ ହରତାଲ ସଫଳ କରିବେ ବୋଲି ଆହ୍ୱାନ ଦେଇଛନ୍ତି। ପାଚିକା ଓ ସହାୟିକାମନଙ୍କୁ ରେଗୁଲାର କରିବା ସହ ମାସିକା ୨୬ ହଜାର ଟଙ୍କା ଓ ୧୫ ହଜାର ଟଙ୍କା ଦରମା ଦେବା ପେନସନ ଲାଗୁ କରିବା ପାଇଁ ଦାବି କରିଛନ୍ତି। ପାଚିକା ମାନଙ୍କୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। ପାଚିକା ମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା , ପାଚିକା ମାନଙ୍କୁ ଆକ୍ରୋଶ ମୂଳକୁ ଛଟେଇ ବନ୍ଦକରିବା , ପାଚିକା ମାନଙ୍କୁ ଛୁଟି ପ୍ରଦାନ କରିବା ଓ ବାର୍ଷିକ ୨ ଟି ଶାଢି ପ୍ରଦାନ କରିବା , ୬୦ ବର୍ଷ ପରେ ବାଦ ପଡ଼ିଥିବା ପାଚିକା ମାନଙ୍କୁ ପେନସନ ଲାଗୁ କରିବା , ବିଜୁଳି ଟିକସ ବନ୍ଦ କରିବା , ୪ଟି ଶ୍ରମ ଆଇନ ବାତିଲ କରିବା , ଘରୋଇ କରଣ ବନ୍ଦ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା , ଓପିଏସ ଲାଗୁ କରିବା ଓ ଏନପିଏସ ଓ ୟୁପିଏସକୁ ବାତିଲ କରିବା , ତିନୋଟି ଅପରାଧିକ କଳା ଆଇନକୁ ବାତିଲ କରିବା ଓ କର୍ପୋରେଟ ଲୁଟ ବନ୍ଦ କରିବା ଏପରି ଅନେକ ଦାବିକୁ ନେଇ ଆଲୋଚନା ହୋଇଥିଲା।
ଏଥିରେ ମୁନି ଶବର ପାଚିକା ଓ ସହାୟିକା ମହାସଙ୍ଘର ସଭାପତି , ମୁକ୍ତିଲତା ଶବର , କୁନି ପ୍ରଧାନ , ମିତମି ରାଇକା, ସୁତନି ଶବର , କୁନି ଶବର ,ସିନାମିକ ଶବର , ସାଲେସମନୀ ଶବର , ସୁଭଦ୍ରା ଶବର , ମଣି ଶବର ଓ ଇଲାମି ଶବର ଉପସ୍ଥିତ ଥିଲେ।
ଗୁଣପୁରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଗଣେଶ କୋଲାଙ୍କ ରିପୋର୍ଟ ।
