ଐତିହ୍ୟ ଗଣଦୌଡ଼ର ଆୟୋଜନ। ସାମିଲ ହେଲେ ଶହଶହ ଲୋକ, ଖଣ୍ଡଗିରିର କଳା-ସ୍ଥାପତ୍ୟ, ସମୃଦ୍ଧ ବିଭବ, ଐତିହ୍ୟ କୀର୍ତ୍ତିରାଜିକୁ ଜୀବନ୍ତ କଲା ଆଜିର ଐତିହ୍ୟ ଗଣଦୌଡ଼।

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଐତିହ୍ୟ ଗଣଦୌଡ଼ର ଆୟୋଜନ। ସାମିଲ ହେଲେ ଶହଶହ ଲୋକ, ଖଣ୍ଡଗିରିର କଳା-ସ୍ଥାପତ୍ୟ, ସମୃଦ୍ଧ ବିଭବ, ଐତିହ୍ୟ କୀର୍ତ୍ତିରାଜିକୁ ଜୀବନ୍ତ କଲା ଆଜିର ଐତିହ୍ୟ ଗଣଦୌଡ଼।

ଓଡ଼ିଶାର କଳା-ଶିଳ୍ପ-ସ୍ଥାପତ୍ୟ-ଐଶ୍ବର୍ଯ୍ୟକୁ ବିଶ୍ୱବିଦିତ କରିବା, ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇ ଓଡ଼ିଆ ଅସ୍ମିତାର ଜୟଯାତ୍ରାରେ ଅଗ୍ରସର ହେବା : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ପଞ୍ଚମ ଦିବସ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ଭୁବନେଶ୍ୱରର ଖଣ୍ଡଗିରି ଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟୁଡ଼ିଓ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଖଣ୍ଡଗିରିର ଗୌରବମୟ ଇତିହାସକୁ ଜୀବନ୍ତ କରି ଗଢ଼ି ତୋଳିବା ପାଇଁ ଏହି ଗଣଦୌଡ଼ରେ ଆଜି ଶହଶହ ଲୋକ ସାମିଲ ହୋଇଥିଲେ। ଏଥିସହିତ ଓଡ଼ିଆ ପକ୍ଷ ପାଳନର ଉତ୍ସାହ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବା ସହିତ ସମସ୍ତେ ଆଜି ଓଡ଼ିଆ ପିଠାପଣା ଖାଇ ଅତ୍ୟନ୍ତ ଆନନ୍ଦର ସହିତ ଏହି ଗଣଦୌଡ଼ ଉତ୍ସବକୁ ପାଳନ କରିଥିଲେ। ଏଥିସହିତ ଖଣ୍ଡଗିରିର ସୌନ୍ଦର୍ଯ୍ୟ ଏବଂ ବୈଭବକୁ ଆହୁରି ଉଜ୍ଜୀବିତ କରିବା ପାଇଁ ସମସ୍ତେ ଏଠାରେ ନିଜର ସେଲ୍ଫି ଉଠାଇ ଏହାକୁ ଓଡ଼ିଆ ପକ୍ଷ ପାଳନ ୱେବସାଇଟ୍ (ଓଡ଼ିଆପକ୍ଷ. କମ୍)ରେ ଅପଲୋଡ଼ ମଧ୍ୟ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଶିଷ୍ଟ ରାଜନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ, ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାର ସବ୍ୟସାଚୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ଭୁବନେଶ୍ୱର ରୁ ଅମ୍ଳାନ ଦାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *