ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରଥମ ଥର ପାଇଁ ପାଳିତ ହେଉଛି ଓଡ଼ିଆ ପକ୍ଷ।ଅପ୍ରେଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପକ୍ଷ ୧୪ ଅପ୍ରେଲ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ରେ ସମାପନ ହେବ। ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ ଅନୁଷ୍ଠିତ ହୋଇଯାଇଅଛି ।
ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମେ ଓଡ଼ିଆ ବୋଲି ଯେତିକି ଗର୍ବିତ ଆମର ଐତିହ୍ୟ ଓ ପରମ୍ପରା ମଧ୍ୟ ତତୋଧିକ ମହନୀୟ।ଏହାକୁ ବିଶ୍ବ ଦରବାରରେ ପ୍ରତିପାଦିତ କରିବାର ଆବଶ୍ୟକତା ରହିଛି।ଆମେ ଓଡ଼ିଆ ଭାଷା ର ବ୍ୟାପକ ବ୍ୟବହାର କରିବା ଓ ଅନ୍ୟ ଓଡ଼ିଆ ମାନଙ୍କୁ ମଧ୍ୟ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା।ଐତିହ୍ୟ ଗଣଦୌଡ ମାଧ୍ୟମରେ ଆମ ଶାରୀରିକ ଦକ୍ଷତା ଓ ନିଜ ସୁସ୍ଥତାର ପରିଚୟ ଦେଉଛନ୍ତି।ଏହା କେବଳ ଆଜି ନୁହେଁ ପ୍ରତି ଦିନ ଜାରି ରଖିବାକୁ ସେ ଅନୁରୋଧ କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓଡ଼ିଆ ପକ୍ଷ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଭିନ୍ନ ଦିବସର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଖୋଖୋ ହାଇ ପରମାନ୍ସ ସେଣ୍ଟର ର ମୁଖ୍ୟ କୋଚ ସଞ୍ଜୀବ ଶର୍ମା, ବକ୍ସିଂ କୋଚ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ପରେ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଗଣଦୌଡ ର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମ ରେ କ୍ରୀଡା କାର୍ଯ୍ୟାଳୟର କର୍ମଚାରୀ ସୌମ୍ୟ ରଞ୍ଜନ ପୂଜାରୀ, ଲକ୍ଷ୍ମୀଧର ଦାସ,କୁନା ବେହେରା, ଆସମାନ ନାୟକ ପ୍ରମୁଖ ସହଯୋଗ କରିଥିଲେ।
ଏଥିସହିତ ଐତିହ୍ୟ ସ୍ଥଳ ଓ ଦେବସ୍ଥାନ ସ୍ବଛତା ଅଭିଯାନ ଆରମ୍ଭ କରାଯାଇଥିଲା।
ଓଡ଼ିଆ ପକ୍ଷ ପାଳନ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ ସ୍ଥାନ ଓ ଦେବସ୍ଥାନ ରେ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ କୁ ପ୍ରଥମେ ସ୍ବଛ କରାଯାଇଥିଲା।ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦିପ୍ତ କୁମାର ସେନାପତି ପ୍ରମୁଖ ସ୍ବଛତା ଅଭିଯାନରେ ସାମିଲ ହୋଇଥିଲେ।ଏଥିରେ ଶ୍ରୀମନ୍ଦିର ସ୍ବଛତାରେ ସାମିଲ ଥିବା ଅନୁଷ୍ଠାନର କର୍ମଚାରୀ ମାନେ ସହଯୋଗ କରିଥିଲେ।ପରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ସାଧନା ଓ ସମାଧି ପୀଠ ସାତ ଲହଡି ମଠରେ ସ୍ବଛତା ଅଭିଯାନ କରାଯାଇଥିଲା।ଏଥିରେ ଉପରୋକ୍ତ ଅଧିକାରୀ ଙ୍କ ସହ ହାପିନେସ ଫାଉଣ୍ଡେସନ ର ସଭାପତି ପ୍ରଦିପ୍ତ କୁମାର ପ୍ରଧାନ ଓ ସେମାନଙ୍କ ସଦସ୍ୟ ମାନେ ସ୍ବଛତା ଅଭିଯାନରେ ଯୋଗ ଦାନ କରିଥିଲେ।ସେହିପରି ନିମାପଡା ସାଇ ମନ୍ଦିର ପରିସରରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପ୍ରାଧ୍ୟାପକ ଡଃ ରବୀନ୍ଦ୍ର ନାଥ ପାଢ଼ୀ, ସାଇ ମନ୍ଦିର ସଭାପତି ବ୍ରହ୍ମାନନ୍ଦ ନାୟକ, ଅଭୟ ରଞ୍ଜନ ସାହୁ, ଦେବେନ୍ଦ୍ର କୁମାର ମୁଦୁଲି, ସତ୍ୟବ୍ରତ ସ୍ବାଇଁ, ବିଜୟ କୁମାର ନାୟକ ଓ ଅନ୍ୟାନ୍ୟ ସଦସ୍ୟ ମାନେ ସ୍ବଛତା ଅଭିଯାନରେ ସାମିଲ ଥିଲେ।
ଏହା ସହିତ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ ଅଧୀନରେ ଥିବା ପ୍ରମୁଖ ଦେବାଳୟ ଓ ଐତିହ୍ୟ ସ୍ଥଳ ଗୁଡିକ ସମ୍ପୃକ୍ତ ବ୍ଲକ ଓ ସହରାଞ୍ଚଳର ଅଧିକାରୀ ଓ କର୍ମଚାରୀମାନେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ କରାଇଥିଲେ l
ପୁରୀରୁ ଫଟୋ ନ୍ୟୁଜ ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କା ଏବଂ ଲକ୍ଷ୍ମୀପ୍ରିୟା ଦେ ଙ୍କ ରିପୋର୍ଟ୍।
ଐତିହ୍ୟ ଗଣଦୌଡ ଅନୁଷ୍ଠିତ
