ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା କେନ୍ଦୁଝର ଜିଲ୍ଲାର କାଳି ପଡ଼ିଆ ଠାରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ ରଙ୍ଗବତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଓଡ଼ିଆ ସବୁଠୁ ବଢିଆ। ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ମଧୁର ମୂର୍ଚ୍ଛନା। ଏହି ବିବିଧତା ଭିତରେ ଏକତା ଆମର ଶକ୍ତି। ଓଡ଼ିଶାର ପ୍ରସିଦ୍ଧ ଗୀତ ରଙ୍ଗବତୀ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରଙ୍ଗବତୀ ଗୀତ ଅନେକ ପୁରୁଣା। ରଙ୍ଗବତୀ ଗୀତ କେବଳ ଏକ କାର୍ଯ୍ୟକ୍ରମ ନୂହେଁ, ଏହା ହେଉଛି ଓଡ଼ିଆ ମାଟିର ସ୍ପନ୍ଦନ। ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି ରଙ୍ଗବତୀ। ଗୀତଟି ଆଜି କେବଳ ଓଡିଶା ନୁହେଁ, ସାରା ଭାରତର ବିଭିନ୍ନ ରାଜ୍ୟର ଏକ ଲୋକପ୍ରିୟ ଗୀତର ମାନ୍ୟତା ଲାଭ କରିଛି।
ଯେଉଁଭଳି ଆମେ ବିକାଶର ରାସ୍ତାରେ ଆଗେଇ ଯାଉଛୁ, ସେହିପରି ଆମ ସଂlସ୍କୃତିକ ମୂଲ୍ୟବୋଧ, ଆମର ଲୋକକଳା, ଆମ ଉତ୍ସବ ପର୍ବ ଓ ଏୈତ୍ୟହକୁ ସୁରକ୍ଷିତ ରଖିବା ଆମର ପ୍ରଥମ ଦାୟିତ୍ଵ। ଏହିପରି ମହୋତ୍ସବ, ଆମ ତରୁଣ ପିଢୀକୁ ଆମଦେଶ ଓ ଅଞ୍ଚଳର ସଂସ୍କୃତି ସହ ପରିଚୟ କରାଇଥାଏ ବୋଲି ସେ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ରଙ୍ଗବତୀ ଭଳି କାର୍ଯ୍ୟକ୍ରମ ଦେଶର ସମସ୍ତ କଳା ଓ କଳାକାରମାନଙ୍କ ପାଇଁ ଉଦିଷ୍ଟ।
କାରଣ କଳାକାର ମାନଙ୍କର ସୀମା ସରହଦ ନଥାଏ। କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନିର୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦେବ ପ୍ରସାଦ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ।
କେନ୍ଦୁଝରରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ମନୋରଞ୍ଜନ ରାଉତଙ୍କ ରିପୋର୍ଟ।