ଓଡିଶା ରେ ରାଜ୍ୟସଭା ଚୟନ ଚର୍ଚ୍ଚା ଏକପ୍ରକାର ଛକ ଖଟି ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଶୀର୍ଷ ରେ ଅଛି। ଓଡିଶାରୁ ଚାରି ଜଣ ପାର୍ଥି ରାଜ୍ୟସଭା କୁ ଯିବେ। ସେମାନଙ୍କ ମଧ୍ୟ ରୁ ଦୁଇଜଣ ପାର୍ଥ ବିଜେପି ଦଳରୁ ଯିବାପାଇଁ ବଜେପି ପାଖରେ ଅନୁରୂପ ଭୋଟର ଅଛନ୍ତି। ବିଜେଡ଼ି ବିଧାୟକମାନେ ଜଣକୁ ରାଜ୍ୟସଭା ପଠାଇପାରିବେ ଏବଂ ଚତୁର୍ଥ ଆସନ ପାଇଁ କୌଣସି ଦଳ ଏକାଠି ପାର୍ଥି ପଠାଇ ପାରିବେ ନାହିଁ। ଚତୁର୍ଥ ସିଟ ପାଇଁ ଘୋଡା ବେପାର ହେବା ଏକପ୍ରକାର ନିଶ୍ଚିତ। ଏହି ଚତୁର୍ଥ ସିଟ ପାଇଁ ବାହାର ରାଜ୍ୟ ରୁ ମଧ୍ୟ ଜଣେ ନାମାଙ୍କନ ଭାରିଛନ୍ତି।ଓଡ଼ିଶାରୁ ଦିଲିପ ରାୟ ଏବଂ ଅଚ୍ୟୁତ ସାମନ୍ତ ଙ୍କ ନାମକୁ ରାଜ୍ୟ ସଭା ନିର୍ବାଚନ ରୁ ବାଦ ଦିଆଯାଇନପାରେ। ବିଜେଡି ହାତରେ ଥିବା ତାଙ୍କର ଗୋଟିଏ ପାର୍ଥି ପାଇଁ ସୁଜାତା କାର୍ତିକାନ ଏକପ୍ରକାର ପାର୍ଥି ହେବା ନିଶ୍ଚିତ। ଯଦି ନହୁଅନ୍ତି ହାରିଥିବା ନେତାମାନଙ୍କ ମଧରେ ଏକ ନମ୍ବର ରେ ଅଛନ୍ତି ତେରବର୍ଷରୁ ଉର୍ଦ୍ଧ ମନ୍ତ୍ରୀ ଥିବା ନେତା ଦେବି ମିଶ୍ର,ବିଗତ କଟକ ଲୋକସଭା ଆସନରୁ ହାରିଥିବା ପାର୍ଥି ସଂତୃପ ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ ମାନଙ୍କ ନାମ ସାଧାରଣ ରେ ଚର୍ଚ୍ଚା ହେଉଛି। ବଜେପି ଦଳର ଦୁଇଜଣ ପାର୍ଥୀଙ୍କ ମଧ୍ୟ ରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଏବଂ ନିତିନି ନବୀନ ଙ୍କ ନାମ ଚର୍ଚ୍ଚା ରେ ଅଛି।ଧର୍ମେନ୍ଦ୍ର ପ୍ରଧାନ ଙ୍କ ପାର୍ଥି ଭାବେ ଚର୍ଚ୍ଚାରେଥିବା ଗୋଲକ ମହାପାତ୍ର ଏକପ୍ରକାର ବାଦ ପଡିପାରନ୍ତି।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
ଓଡିଶା ରେ ରାଜ୍ୟସଭା ଚୟନ ଚତୁର୍ଥ ସିଟ ପାଇଁ ଘୋଡା ବେପାର ହେବ
