କଂଗ୍ରେସର ବିକାଶ ବିରୋଧୀ କାର୍ଯ୍ୟ

 

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ଗ୍ରାମବାସୀ ଙ୍କ ତିବ୍ର ବିରୋଧ। ଲାଞ୍ଜିବର୍ନା ଠାରେ ଡାଲମିଆ ସିମେଣ୍ଟ କାରଖାନା ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ବିରୋଧ କରି ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତ ଗ୍ରାମବାସୀ,ବିଜୁ ରାଜ୍ୟ ରାଜପଥ ଝଗରପୁର ଠାରେ ବାର ଘଣ୍ଟିଆ ବନ୍ଦ ପାଳନ କରିଥିଲେ। ଏଥିଯୋଗୁଁ ଜନଜୀବନ ପ୍ରଭାବିତ ହେବା ସହ ରାସ୍ତା ର ଉଭୟ ପାଶ୍ୱର୍ରେ ଶହ ଶହ ଛୋଟବଡ଼ ଗାଡ଼ି ଅଟକି ରହିଥିଲା।

ଉକ୍ତ ଆନ୍ଦୋଳନ କୁ ପିସିସି ସଭାପତି ଭକ୍ତ ଚରଣ ଦାସ,ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡଃ ସିଏସ ରାଜନ୍ ଏକ୍କା, ଜିଲ୍ଲା ସଭାପତି ପିସିସି ଉପସଭାପତି ଓଡ଼ିଶା ଦାଇତ୍ୱ ରେ ଥିବା ପ୍ରଭାରୀ ଅଜୟ ଲଲୁ ଉପସ୍ଥିତ ଥିଲେ। ରାଜଗାଙ୍ଗପୁର ଟାଉନ ସଭାପତି ଦେବରଞନ ବିନୋଦ, ବିଧାୟକ ବ୍ଳକ ପ୍ରତିନିଧି ଅରୁଣ ସାମଳ,ପାକା ବାବୁ,ଇକବାଲ ମଲ୍ଲିକ, ପାଞ୍ଚ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ। ଆଲବର୍ଟ କିଣ୍ଡୋ, ଲଲିତ ଲାକ୍ରା,ବିନୟ ବାର୍ତା,ଭିବଳ ଟପୋ ତଥା ବହୁ କଂଗ୍ରେସ ନେତା, କର୍ମି,ସମର୍ଥନ ଦେଇ ଡାଲମିଆ ସିମେଣ୍ଟ କାରଖାନା ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ନେଇ ଶାନ୍ତିପୂର୍ଣ୍ଣ ଧାରଣା ପ୍ରତିବାଦ ଦେଇ ଡାଲମିଆ ସିମେଣ୍ଟ କାରଖାନା ପକ୍ଷରୁ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମସ।

Leave a Reply

Your email address will not be published. Required fields are marked *