ଲାଖପର୍ବତ ଡ୍ୟାମ ଠାରେ କଣ୍ଟାମାଳ ବ୍ଲକ କଂଗ୍ରେସ କମିଟିପକ୍ଷରୁ ନୁଆଁଖାଇ ଭେଟ୍ ଘାଟ କାର୍ଯ୍ୟକ୍ରମ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଳକ୍ ଲମ୍ଵୋଶରି ପଞ୍ଚାୟତ ଲାଖ ପର୍ବତ ଡ୍ୟାମ ଠାରେ କଂଗ୍ରେସ ପକ୍ଷରୁ ଏକ ନୁଆଁଖାଇ ଭେଟ୍ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଳକ୍ ସଭାପତି ସୁଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ବରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ଶଦଶ୍ୟ ପ୍ରଶାନ୍ତ କୁମାରଶାହୁ, ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ନୁଆଁଖାଇର ଶୁଭେଛା ପରିଚୟ ଦେଇ କଂଗ୍ରେସ ସଙ୍ଗଠନ ଉପରେ କିଛି ଆଲୋଚନା କରିଥିଲେ l ବରିଷ୍ଠ କଂଗ୍ରେସ ନେତା ଉଛେଇ ବାରିକ୍ ,ଅଭିମନ୍ୟୁ ପ୍ରଧାନ,ନିବାଶ ବାରିକ୍ ,ଗୋପ ରଣା, ରାଜେନ୍ଦ୍ରଶାହୁ, ଅନ୍ତକର୍ଣ୍ଣ, ବୁଧୁ ଭୋଇ ,ସୋନ୍ତୋଷ ତାଣ୍ଡି, ମୁକୁନ୍ଦ ନାଏକ, ସୋରଜ୍ ସାହୁ,ନିତ୍ୟାନନ୍ଦ କର୍ମି,ସୁନାଧର ପୁଟେଲ,ସମେତ ବହୁ କଂଗ୍ରେସକର୍ମି ଯୋଗ ଦେଇଥିଲେ l ଆଗାମି ଦିନରେ କଂଗ୍ରେସର ସଙ୍ଗଠନକୁ ତୃଣମୂଳ ସ୍ତରରୁ ସମସ୍ତେ ଏକ ହୋଇ ଲଢେଇ ଜାରିରଖିବା ବୋଲି ସମସ୍ତ କଂଗ୍ରେସ କର୍ମୀ ମତ ଦେଇଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
କଂଗ୍ରେସ କମିଟିପକ୍ଷରୁ ନୁଆଁଖାଇ ଭେଟ୍ ଘାଟ କାର୍ଯ୍ୟକ୍ରମ
