କଣ୍ଟାମାଳକୁ ଉପଖଣ୍ଡ,ଏନଏସି ଓ ସବଜେଲ ଦାବି। ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ସମ୍ପୂର୍ଣ୍ଣ ସଫଳ। ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳକୁ ସବଡ଼ିଭିଜନ,ଏନଏସି ଓ କଣ୍ଟାମାଲ ଠାରେ ଏକ ସବଜେଲ ପ୍ରତିଷ୍ଠା ଦାବିରେ ଆଜି କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ସକାଳ ୬ ଘଣ୍ଟାଠାରୁ କଣ୍ଟାମାଳ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି l ସକାଳୁ ସଚେତନ ନାଗରିକ ମଞ୍ଚ ସଦସ୍ୟ,ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ, ବଣିକ ସଂଘ ଓ ସ୍ଥାନୀୟ ଜନସାଧାରଣ ପିକେଟିଙ୍ଗ କରି କଣ୍ଟାମାଳ ଅଞ୍ଚଳର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହନ ଚଳାଚଳ କୁ ବନ୍ଦ କରିଥିଲେ l ଏନେଇ ଏକ ମୋଟର ସାଇକେଲ ଶୋଭାଯାତ୍ରା ଗିରିଗୋବର୍ଦ୍ଧନ ମନ୍ଦିର ଠାରୁ ବାହାରି ତହସିଲ ଅଫିସ , ବ୍ଲକ ଅଫିସ , ଡାକ୍ତରଖାନା ଛକ ,ହାଟପଦା ,ବସଷ୍ଟାଣ୍ଡ, ଆଦି ସ୍ଥାନ ଦେଇ ମଲିକୁଦ ପର୍ଯ୍ୟନ୍ତ ଯାଇଥିଲେ l ସେହିପରି ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ବସ, ଟ୍ରକ ଆଦି ଯାନବାହାନ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରେ ଅଟକି ରହିଥିଲା l ଫଳରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ ହେବା ସହ ଜନ ଜୀବନ ପ୍ରଭାବିତ ହୋଇଥିଲା l ଏହି ବନ୍ଦ ପାଳନ ବେଳେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ତିନି ଓ ଚାରି ଚକିଆ ଯାନବାହାନ ଚଳାଚଳ, ପେଟ୍ରୋଲପମ୍ପ ଆଦି ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି l ତେବେ ଅତ୍ୟାବଶ୍ୟକ ଜରୁରୀ ସେଵା ଭାବେ ଡାକ୍ତରଖାନା, ଔଷଧ ଦୋକାନ, ରୋଗୀ ସେଵା, କ୍ଷୀର ଓ ପରୀକ୍ଷା କେନ୍ଦ୍ର ଥିବା ସ୍କୁଲ ଆଦି ଖୋଲା ରହିଛି l କଣ୍ଟାମାଳ ସଚେତନ ନାଗରିକ ମଞ୍ଚର ସଭାପତି ଦୂତିଆ ଚରଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବନ୍ଦ ପାଳନରେ କଣ୍ଟାମାଲ ର ଓକିଲ ସଂଘ,ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ , ସାମ୍ବାଦିକ ସଂଘ ସମେତ ଅଂଚଳର ସଚେତନ ନାଗରିକ ,ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଓ ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ଯୋଗଦେଇ ବନ୍ଦ କୁ ସଫଳ କରିବାରେ ସହଯୋଗ କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
କଣ୍ଟମାଳ ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ
