ପ୍ରଥମ ବିରେନ୍ଦ୍ର ମେମୋରିଆଲ ଫୁଟବଲ ମ୍ୟାଚ ଉଦଯାପିତ। କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ ଚମ୍ପ୍ୟାନ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ କଲେଜ ଖେଳ ପଡିଆଠାରେ ଆଥେଲେଟିକ୍ ଆସୋସିଏସନ୍ ପକ୍ଷରୁ ପ୍ରଥମ ବିରେନ୍ଦ୍ର ମେମୋରିଆଲ ଫୁଟବଲ ମ୍ୟାଚ ଉଦଯାପିତ ହୋଇଯାଇଛି l ଏହି ଫୁଟବଲ୍ ଖେଳରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୮ ଟି ଦଳ ମଧ୍ୟରେ ଖେଳ ସାର ଦିନ ଧରି ଖେଳ ଅନୁଷ୍ଠିତ ହୋଇଥିଲା l ଏହି ଆଠଟି ଦଳ ମଧ୍ୟରେ କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ ଏବଂ ସୋନପୁର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l

ଏଥିରେ କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପୁରୁଣା ଖେଳାଳିଙ୍କୁ ଉପଢୋକନ୍ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ମ୍ୟାଚ ର ପ୍ରଥମ ପର୍ଯ୍ୟାୟ କେହି କାହାରିକୁ ଗୋଲ ଦେଇ ପାରିନଥିଲେ l

ଖେଳର ଦ୍ୱିତୀୟ ହାପ୍ ରେ କଣ୍ଟାମାଳ ଦଳ ଗୋଟିଏ ଗୋଲ ଦେଇ ବିଜୟୀ ହୋଇ ଥିଲା l ଏହି ଖେଲଟିକୁ ମୁଖ୍ୟ ରେଫରି ଭାବେ ସଦାଶିବ ମହାନନ୍ଦ ସାହୁ ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଲାଇନସ୍ ମ୍ୟାନ୍ ଭାବେ ଅନିଲ କୁଦେଇ ଏବଂ ଚୁଲୁ ରଣା ଦାଇତ୍ୱ ତୁଲାଇ ଥିଲେ l ଏହି ଖେଳରେ ମନୋଜ କୁମାର ଶର୍ମା ଧାରା ବିବରଣୀ ପ୍ରଦାନ କରିଥିଲେ l ଏହି ଖେଳ ଟିକୁ କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ର ସମସ୍ତ ଖେଳାଳି ସହଯୋଗ କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
