କଣ୍ଟାମାଳ ବ୍ଲକ ରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ସମୁଦାୟ ୪୯ ଗୋଟି ଅଭିଯୋଗର ପଞ୍ଜିକରଣ l

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ସମୁଦାୟ ୪୯ ଗୋଟି ଅଭିଯୋଗର ପଞ୍ଜିକରଣ ହୋଇଥିଲା l ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଉପ ଆରକ୍ଷୀ ଅଧୀକ୍ଷକ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଜ଼ିଲ୍ଲା ଜରୁରୀ ଅଧିକାରୀ ତଥା ନୋଡାଲ ଅଫିସର ସୁଧର୍ମା ମଲ୍ଲିକ, ସମସ୍ତ ବ୍ଲକ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l ଆଜି ଆସିଥିବା ୪୯ ଅଭିଯୋଗ ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବା ବେଳେ ୪ ଗୋଟି ଅଭିଯୋଗ ଗୋଷ୍ଠୀ ଭିତ୍ତିକ ରହିଥିଲା ଓ ୧୭ ଅଭିଯୋଗର ତତ୍କାଳ ସମାଧାନ କରା ଯାଇଥିଲା l ଉକ୍ତ ଅବସରରେ ୧୦ ଜଣଙ୍କୁ ସାମାଜିକ ସୁରକ୍ଷା ଯୋଜନାର ପେନସନ ପ୍ରଦାନ କରାଯାଇଥିଲା l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *