କଣ୍ଟାମାଳ ଶ୍ରୀରାମ ମନ୍ଦିରର ନୂତନ କର୍ମକର୍ତା

 

କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର କମିଟି ଗଠିତ। ଆନନ୍ଦ ପାଢ଼ୀ ସଭାପତି ଓ ସନ୍ତୋଷ ବିଶି ସମ୍ପାଦକ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଛକ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଏକ ଜରୁରୀ ବୈଠକ ସଭାପତି ସନ୍ତୋଷ କୁମାର ବିଶି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l

ସଭାରେ ଶ୍ରୀରାମ ମନ୍ଦିରର ମହିଳା ଓ ପୁରୁଷ ଭକ୍ତମାନେ ଯୋଗଦେଇ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ବୈଠକରେ ମନ୍ଦିରର ନୂତନ କମିଟି ଗଠନ ସମ୍ପର୍କରେ ଆଲୋଚନା ହୋଇଥିଲା l

ନୂତନ କମିଟି ରେ ଆନନ୍ଦ ଚନ୍ଦ୍ର ପାଢ଼ୀ ଙ୍କୁ ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ସନ୍ତୋଷ କୁମାର ବିଶି ଙ୍କୁ ସମ୍ପାଦକ ଓ ସନତ କୁମାର ମିଶ୍ର ଙ୍କୁ କୋଷାଧକ୍ଷ ଭାବେ ମନୋନୀତ କରାଯାଇଥିଲା l ସେହିପରି ହରିବନ୍ଧୁ ପୁରୋହିତ – ଉପସଭାପତି ଓ ମନୋଜ ରାଜହଂସ ଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଚୟନ କରାଯାଇଥିଲା l କମିଟିରେ କାର୍ଯ୍ୟକାରୀ ସଦସ୍ୟ ଭାବେ ଜୟ କୁମାର ମହାରଣା, ଅରୁଣ ସାହୁ,ବାଳକୃଷ୍ଣ ମିଶ୍ର, ଅପର୍ତ୍ତି ପ୍ରଧାନ,ଭୀମସେନ ସ୍ୱାଇଁ, ରାଜକିଶୋର ମିଶ୍ର, ପ୍ରଦୀପ ପ୍ରଧାନ,ହିମାଂଶୁ ଶେଖର ରଣା ଏବଂ ସଦସ୍ୟା ଭାବେ ଶୋଭାଗିନୀ ଗୁରୁ, ଯଶୋଦା ବଗର୍ତ୍ତୀ, ସତ୍ୟଭାମା ସାହୁ, କଇଁ ବଗର୍ତ୍ତୀ ଆଦିଙ୍କୁ ମନୋନୀତ କରାଯାଇଥିଲା l

ସେହିପରି ଉପଦେଷ୍ଟା ଭାବେ ବରିଷ୍ଠ ସଦସ୍ୟ ନବୀନ କୁମାର ବିଶି, ବସନ୍ତ ମିଶ୍ର, ଶରତ କୁମାର ପୁରୋହିତ, ଭାଗ୍ୟଧର ମିଶ୍ର ଓ ଜୟକୃଷ୍ଣ ମିଶ୍ର ପ୍ରମୁଖ ସର୍ବସମ୍ମତି କ୍ରମେ କମିଟିରେ ରହିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *