କନ୍ଧମାଳ ଜିଲ୍ଲାପାଳଙ୍କ ଡ୍ରାଗନ ଫଳ ଚାଷ ସମୀକ୍ଷା

କନ୍ଧମାଳ ଜିଲ୍ଲାପାଳ ଭାବେ ବେଦ ଭୂଷଣଙ୍କ ଦାୟୀତ୍ୱ ଗ୍ରହଣ। ଏହାପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଦାରଖ କଲେ ଜିଲ୍ଲାପାଳ।
ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ,ବିଭିନ୍ନ ବିଭାଗ ର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ଜଣାଇବା ସହିତ ନିଜନିଜ ବିଭାଗରେ ଚାଲିଥିବା କାର୍ଯ୍ୟକ୍ରମ ମାନ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହିତ ଆଲୋଚନା କରିଥିଲେ। ଅପରାହ୍ନରେ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପୋଲାବୁରୁଡି ପଞ୍ଚାୟତର ଅଟାଶାମ୍ବୁ ଗ୍ରାମରେ ଥିବା ଆଇଟିଡିଏର ଡ୍ରାଗନ୍ ଫଳ ବଗିଚାକୁ ଯାଇଥିଲେ। ସେଠାରେ ଡବ୍ଲୁ.ଏସ.ଏଚ୍‌.ଜି. ସଦସ୍ୟ ଏବଂ ସ୍ଥାନୀୟ ପି.ଆର.ଆଇ. ସଦସ୍ୟ ମାନଙ୍କ ସହିତ ବଗିଚା ଏବଂ ଜୀବିକା ସମ୍ବନ୍ଧୀୟ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲେ। ପରେ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପୋଲାବୁରୁଡି ପଞ୍ଚାୟତର ନେଡିପଦର ଗ୍ରାମରେ ମନୋରେଗା ଅଧୀନରେ ନିର୍ମିତ ୨ଟି ଚେକ୍ ଡ୍ୟାମ୍ ପରିଦର୍ଶନ କରିଥିଲେ l ଫିରିଙ୍ଗିଆ ବ୍ଲକର କାସିନିପଦର ପଞ୍ଚାୟତର ଥିବା ସ୍ୱାସ୍ଥ୍ୟ ସବ୍ ସେଣ୍ଟର ପରିଦର୍ଶନ କରିଥିଲେ।
ପି.ଏଚ୍‌.ଓ.ଙ୍କ ସହିତ ଆଇ.ଏମ.ଆର. , ଏମ୍‌.ଏମ୍‌.ଆର. ସମ୍ପର୍କରେ ଅନୁଷ୍ଠାନିକ ପ୍ରସବ ବିଷୟରେ ଆଲୋଚନା କରିଥିଲେ। କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ l ଫୁଲବାଣୀ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରି ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରିଥିଲେ l ଫୁଲବାଣୀ ଡିଆରଟି ଆଇନ ସେବା କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ପୋଷ୍କ ଏବଂ ଏସ୍‌.ସି., ଏସ୍‌.ଟି. ଅତ୍ୟାଚାର ଆଇନ ଉପରେ ସଚେତନତା ଶିବିରରେ ଯୋଗ ଦେଇଥିଲେ। କନ୍ଧମାଳର ଡିଏଚ୍‌ଏଚ୍‌କୁ ଯାଇ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ରୋଗୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ l ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଶୌଚନ୍ୟ ମୂଳକ ପରିଦର୍ଶନ କରିଥିଲେ ।
ଫୁଲବାଣୀରୁ ଆଦିତ୍ୟ ତ୍ରିପାଠୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *