କବାଡି ଗୋଦାମ ରେ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି l

କବାଡି ଗୋଦାମ ରେ ଲାଗିଲା ନିଆଁ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଳଶାଗୋରା ହାଇସ୍କୁଲ ଛକ ନିକଟରେ ଥିବା କବାଡି ଗୋଦାମ ରେ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି l ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି l ଏହି ଅଗ୍ନିକାଣ୍ଡରେ ଗୋଦାମ ର ବହୁ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି l ଘଟଣା ସ୍ଥଳରେ କଣ୍ଟାମାଳ ଅଗ୍ନିଶମ ଓ ସୋନପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ପଲଶାଗୋରା ହାଇସ୍କୁଲ ଛକ ନିକଟରେ ଦିଲ୍ଲୀପ ସାହୁଙ୍କ କବାଡି ଗୋଦାମ ରେ ଥିବା ପ୍ଲାଷ୍ଟିକ ଗଦାରୁ ଅଚାନକ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଲେ ସ୍ଥାନୀୟ ଲୋକେ l ଏହି ଧୂଆଁ ଦେଖି ସାଙ୍ଗେ ସାଙ୍ଗେ କଣ୍ଟାମାଳ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଏକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ l ଗୋଦାମରେ ନିଆଁ ଲାଗିବାରୁ ବହୁ ପୁରୁଣା ମଟର ସାଇକେଲ, ପ୍ଲାଷ୍ଟିକ ସାମଗ୍ରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ନିଆଁ ଲାଗି ପୋଡି ନଷ୍ଟ ହୋଇଯାଇଛି l ନିଆଁ ଯୋଗୁଁ ଅଞ୍ଚଳରେ କିଛି ସମୟ ପାଇଁ ଧୂଆଁ ମୟ ହୋଇଯାଇଥିଲା l ରାସ୍ତାରେ ଯିବା ଆସିବା ମଧ୍ୟ କିଛି ସମୟ ବନ୍ଦ ହୋଇଥିଲା l ତେବେ କେଉଁ କାରଣରୁ କବାଡି ଗୋଦାମ ରେ ନିଆଁ ଲାଗି ଥିଲା ଜଣା ପଡ଼ିନାହିଁ l ଏଭଳି ଗୋଦାମକୁ ସହର ବାହାରେ ରଖାଯିବାର ଆବଶ୍ୟକତା ଅଛି। ବୌଦ୍ଧ ପୌରପାଳିକା ଏବଂ ପ୍ରଶାସନ ର ଅବହେଳା ଯୋଗୁଁ ସହର ଭିତରେ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସାଧାରଣ ଲୋକମାନେ ମତ ଦେଉଛନ୍ତି। ଏହି ଅଗ୍ନିକାଣ୍ଡରୁ ସରକାରଙ୍କର ବିଭାଗୀୟ ଅଫିସର ମାନେ ସଚେତନ ହେବା ଉଚିତ। ଯାହାଦ୍ୱାରା ଏଭଳି ଅଗ୍ନିକାଣ୍ଡର ପୁନରାବୃତ୍ତି ହେବନାହିଁ। ବୌଦ୍ଧ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସ୍ ର ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *