ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆରମ୍ଭ ଏବଂ ସମ୍ବଲପୁରର ତ୍ରିଲୋଚନ ନେତ୍ରାଳୟ ର ମିଳିତ ଉଦ୍ୟମ ରେ ବୁଧବାର କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ କମ୍ପ୍ୟୁଟର ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l

ବୁଧବାର ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୨ ଘଣ୍ଟା ମଧ୍ୟରେ ମୋଟ ୧୭୪ଜଣ ବିଭିନ୍ନ ସମସ୍ୟା ଥିବା ଚକ୍ଷୁ ରୋଗୀ ଙ୍କ ପଞ୍ଜିକରଣ ହୋଇଥିଲା l ଚିକିତ୍ସିତ ରୋଗୀମାନଙ୍କ ମଧ୍ୟରୁ ୩୨ ଜଣ ମୋତିଆବିନ୍ଦୁ ରୋଗୀ ଚି଼ହ୍ନଟ କରାଯାଇଛି l ଉକ୍ତ ସମସ୍ତ ମୋତିଆବିନ୍ଦୁ ରୋଗୀଙ୍କ ମାଗଣା ଅପରେସନ ପାଇଁ ସ୍ବେଛାସେବୀ ଅନୁଷ୍ଠାନ ନିଜସ୍ୱ ଖର୍ଚ୍ଚରେ ସମ୍ବଲପୁର ନେବାପାଇଁ ରୋଗୀମାନଙ୍କୁ ପରାମର୍ଶ ଦିଆଯାଇଥିବା ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ଯଦୁ ବିହାରୀ ବାଘ ସୂଚନା ଦେଇଛନ୍ତି l

ଶିବିରକୁ ସମାଜସେବୀ ଶ୍ରୀକାନ୍ତ ମିଶ୍ର, ବରିଷ୍ଠ ବିଜେପି ନେତା ନବୀନ କୁମାର ମହାପାତ୍ର, କଣ୍ଟାମାଳ ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ସାହୁ, କଣ୍ଟାମାଳ ବଣିକ ସଂଘ ସଭାପତି ବଜରଙ୍ଗ ଲାଲ ଅଗ୍ରୱାଲ, କନ୍ଧମାଳ ସାଂସଦ ପ୍ରତିନିଧି ଦୀପକ ବାରିକ, ଖଲିଆପାଲି ସରପଞ୍ଚ ପ୍ରତିନିଧି ପିଣ୍ଟୁ ନାୟକ, ଆଇନଜୀବୀ ଶେଷଦେବ ବଗର୍ତ୍ତୀ, ସୁରେଶ ଚନ୍ଦ୍ର ରଣା ପ୍ରମୁଖ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ

l ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ର ଚକ୍ଷୁ ଡକ୍ଟର ସମେତ ଟେକନିସିଆନ ମାନେ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ସ୍ଥଳେ ମାଗଣା ଚଷମା ଓ ଔଷଧ ପ୍ରଦାନ କରିଥିଲେ l

ସ୍ବେଛାସେବୀ ଅନୁଷ୍ଠାନ “ଆରମ୍ଭ” ର ଯଦୁଵିହାରୀ ବାଘ ଶିବିରକୁ ପରିଚାଳନା କରିଥିବା ବେଳେ ଉମେଶ ରଣା, ଶିବ ପ୍ରସାଦ ରଥ, ଅଞ୍ଜନ ସାହୁ, ଠାକୁର ଚରଣ ନାୟକ, ଲକ୍ଷ୍ମଣ ବାରିକ,ଅଜୟ ମହାପାତ୍ର, ରାମଚ଼ନ୍ଦ୍ର ତାଣ୍ଡି ସମେତ ଅନ୍ୟମାନେ ସହଯୋଗ କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
