କଳାହାଣ୍ଡିରେ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ପୁରାଇ ନଦେବାରୁ ଧାରଣା

ବନ୍ଧପାରି ୟୁପି ସ୍କୁଲ ସହ ଶିକ୍ଷୟିତ୍ରୀ ବଦଳି ଘଟଣା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶକୁ ବି ଖାତିର ନାହିଁ।
ବଦଳି ପରେ ବି ସ୍କୁଲ ଛାଡୁନାହାନ୍ତି ଶିକ୍ଷୟିତ୍ରୀ।
ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହ ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଖାତିରି ନକରି ବଦଳି ପରେ ଉକ୍ତ ସ୍କୁଲରେ ରହିବା ପାଇଁ ହାଇକୋର୍ଟରୁ ଷ୍ଟେ ଅଡ଼ର ଆଣିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ବନ୍ଧପାରି ଗ୍ରାମବାସୀ। ଶିକ୍ଷୟିତ୍ରୀ ସ୍କୁଲରେ ପୁରାଇ ନଦେଇ ସ୍କୁଲ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାର କୌଣସି ସମାଧାନ ନହେଲେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବୁ ବୋଲି ଚେତାବନୀ ଦେଇଛନ୍ତି।ସୂଚନା ଅନୁସାରେ,ଲାଞ୍ଜିଗଡ଼ ବ୍ଲକର ଅଞ୍ଚଳବାସୀଙ୍କ ଅଭିଯୋଗ ଓ ଶିକ୍ଷକ ଶିକ୍ଷୟିତ୍ରୀ ଇଚ୍ଛା ଅନୁସାରେ କଳାହାଣ୍ଡି ସାଂସଦ,ବିଧାୟକ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଲାଞ୍ଜିଗଡ଼ ବ୍ଳକର ୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲାର ବିଭିନ୍ନ ବ୍ଳକକୁ ବଦଳି କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ। ଗତ ଜୁଲାଇ ୨୧ ତାରିଖରେ ଡିଇଓ ଚିଠି ନଂ ୫୮୪୦ ରେ ଏହି ୯ ଜଣଙ୍କୁ ଭବାନୀପାଟଣା ସଦର ବ୍ଳକରେ ୫ ଜଣ, କେସିଙ୍ଗା ବ୍ଲକରେ ଜଣେ ଓ ଲାଞ୍ଜିଗଡ଼ ବ୍ଳକରେ ୩ ଜଣକୁ ବଦଳି କରାଯାଇ ଅତିଶୀଘ୍ର ସ୍କୁଲ ମାନଙ୍କରେ ଯୋଗ ଦେବାପାଇଁ।ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଳକ୍ ବନ୍ଧପାରି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ପ୍ରଭାତି ନାଏକଙ୍କୁ ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଘାଟିକୁଣ୍ଡୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ଘାଟିକୁଣ୍ଡୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ମୀନକେତନ ତାଣ୍ଡି ଙ୍କୁ ବନ୍ଧପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କରିଥିଲେ।କିନ୍ତୁ ଗତ ୨୧ ତାରିଖରେ ଡିଇଓଙ୍କ ଚିଠି ପ୍ରକାଶ ପାଇବା ପରେ ବନ୍ଧପାରି ସ୍କୁଲର ସହ ଶିକ୍ଷୟିତ୍ରୀ ପ୍ରଭାତି ନାଏକ ଘାଟିକୁଣ୍ଡୁରୁ ସ୍କୁଲକୁ ନଯାଇ ୨୪ ଜୁଲାଇ ଠାରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ଛୁଟି ନେଇଥିଲେ।ଇତିମଧ୍ୟରେ ଶିକ୍ଷୟିତ୍ରୀ ପ୍ରଭାତି ନାଏକ ତାଙ୍କ ବଦଳିକୁ ନେଇ ଗତ ଅଗଷ୍ଟ ୪ ତାରିଖରେ ହାଇକୋର୍ଟରେ କେଶ କରିବା ପରେ ଅଗଷ୍ଟ ୬ ତାରିଖରେ ହାଇକୋର୍ଟ ପକ୍ଷରୁ ତାଙ୍କ ବଦଳିକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଇତିମଧ୍ୟରେ ବନ୍ଧପାରି ସ୍କୁଲ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମହାନନ୍ଦଙ୍କୁ ଗତ ଅଗଷ୍ଟ ୬ ତାରିଖରେ କୌଣସି କାରଣରୁ ନିଲମ୍ବିତ କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ସ୍କୁଲର ରଘୁ ମାଝୀଙ୍କୁ ନିୟୋଜିତ କରିଥିଲେ ବ୍ଳକ ଶିକ୍ଷା ଅଧିକାରୀ ରୁଷିଆ ମେହେର।

ଏହାପରେ ଶିକ୍ଷୟିତ୍ରୀ ପ୍ରଭାତି ପୂର୍ବରୁ ଛୁଟିରେ ରହିଥିବାବେଳେ ଅଗଷ୍ଟ ୮ ତାରିଖ ଦିନ ବନ୍ଧପାରି ସ୍କୁଲକୁ ଆସିଥିଲେ।କିନ୍ତୁ ପ୍ରଧାନ ଶିକ୍ଷକ ଦାଇତ୍ଵରେ ଥିବା ରଘୁ ମାଝୀ ପ୍ରଭାତିଙ୍କ ପାଖରେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ନଥିବା ଯୋଗୁଁ ମନା କରିଥିଲେ। ଶିକ୍ଷୟିତ୍ରୀ ଜଣଙ୍କ ଜୋର ଜବରଦସ୍ତ ରେଜିଷ୍ଟର ନେଇ ତାଙ୍କ ଦସ୍ତଖତ କରିଥିବା ରଘୁ ମାଝୀ ପ୍ରକାଶ କରିଛନ୍ତି।ପୂର୍ବରୁ ଗ୍ରାମବାସୀମାନେ ଶିକ୍ଷୟିତ୍ରୀଙ୍କ ନାଁରେ ବିଭିନ୍ନ ଅଭିଯୋଗ ବ୍ଲକ ଶିକ୍ଷା ବିଭାଗ ନିକଟରେ କରି ଆସୁଥିବା ବେଳେ ଶିକ୍ଷୟିତ୍ରୀଙ୍କ ଏଭଳି ଦାଦାଗିରିକୁ ବରଖାସ୍ତ କରାଯିବ ନାହିଁ ବୋଲି ବନ୍ଧପାରି ସରପଞ୍ଚ ଜଗବନ୍ଧୁ ମାଝୀ, ରାଧାମୋହନ ଦଳପତି, ଗୌର ଦଳପତି, ପ୍ରଫୁଲ ଦଳପତି, ସୁବାସ ପାତ୍ର,ଉଗ୍ରେସନ ବେହେରା, ଚତୃଭୂଜ ବିଭାର, ଉଗ୍ରେସନ ଵିଭାର ସମେତ ଗ୍ରାମବାସୀ ପୁନର୍ବାର ଶିକ୍ଷୟିତ୍ରୀ ଉପସ୍ଥିତିକୁ ନେଇ ସ୍କୁଲ ସମ୍ମୁଖରେ ଧାରଣା ଦେଇ ଏହାର କୌଣସି ସମାଧାନ ନହେଲେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବୁ ବୋଲି ଚେତାବନୀ ଦେଇଛନ୍ତି।ଏନେଇ ଶିକ୍ଷୟିତ୍ରୀ ପ୍ରଭାତି ନାଏକଙ୍କୁ ପଚାରିବାରୁ କିଛି ଲୋକଙ୍କ ଚକ୍ରାନ୍ତକୁ ନେଇ ମୋତେ ବଦଳି କରି ମୋ ସ୍ଥାନରେ ଲେବୁଲ ଥାର୍ଡ ସ୍ଥାନରେ ଜଣେ ଏସ୍କେଡ଼ର ଶିକ୍ଷକଙ୍କୁ ନିୟୋଜିତ ଏହା ଠିକ ନୁହେଁ ବୋଲି କରିଛନ୍ତି।ଏନେଇ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ପଚାରିବାରୁ ଜିଲ୍ଲା କମିଟି ପକ୍ଷରୁ ତାଙ୍କୁ ବଦଳି କରାଯାଇଛି। ଶିକ୍ଷୟିତ୍ରୀ ଅଭିଯୋଗ କୋର୍ଟକୁ ଯାଇଛି।ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଶିକ୍ଷୟିତ୍ରୀ ସ୍କୁଲକୁ ଯିବା ପାଇଁ ଅଡ଼ର ଦିଆଯାଇନାହିଁ।ଅଡ଼ର ପରେହିଁ ଯାଇ ପାରିବେ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ , ଫଟୋ ନ୍ୟୁଜ ଟାଇମସ୍ ।

Leave a Reply

Your email address will not be published. Required fields are marked *