ଖରୀଆର ରୋଡ କାଠରେ ଲିଖିତ ଶିଳ୍ପୀ ସହଦେବ ମହାନନ୍ଦ ରାଜ୍ୟ କଳାକୃତି ସମ୍ମାନରେ ସମ୍ମାନିତ ହେବା ନେଇ ମନୋନୀତ ହୋଇଛନ୍ତି। କାଠରେ ଲିଖିତ ଶିଳ୍ପୀ ସହଦେବ ମହାନନ୍ଦ ରାଜ୍ୟ କଳାକୃତି ସମ୍ମାନରେ ସମ୍ମାନିତ ହେବା ନେଇ ମନୋନୀତ। ସହଦେବ ମହାନନ୍ଦ ଖରିଆର ରୋଡ ୱାର୍ଡ ୧୪ ର ନିବାସୀ ଅଟନ୍ତି। ତାଙ୍କ ପିତା ଶ୍ୟାମ ମହାନନ୍ଦ, ମାଁ ସନ୍ତରା ମହାନନ୍ଦ,।

ସହଦେବ ମହାନନ୍ଦ ୧୫.୦୪.୧୯୮୧ ରେ ଜନ୍ମ ହୋଇ ବାଲ୍ୟ ଜୀବନ ରୁ ନିଜ କଳା କୃତି ପାଇଁ ତାଙ୍କ ବେଶ ରୁଚି ଥିବା ଜଣାପଡିଥିଲା। ସେ ପ୍ରଥମ ରେ କାଠ ତିଆରି ମୂର୍ତ୍ତି ଏବଂ ଗୃହ ସାଜସଜ୍ଜା ସାମଗ୍ରୀ ତିଆରି କରୁଥିଲେ। ମହାନନ୍ଦ ରାୟଗଡ଼ା ରେ କଳିଙ୍ଗ ହାଇସ୍କୁଲ ଶିକ୍ଷକତା ନେବା ପରେ ନେସନାଲ କଲେଜ୍ ରେ ଯୁକ୍ତ +୨ ଅଧ୍ୟୟନ କରିଥିଲେ। ଗୁରୁ ଘାସି ଦାସ ବିଶ୍ଵ ବିଦ୍ୟାଳୟ ଡିଷ୍ଟେନ୍ସ ଶିକ୍ଷା ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୨୦୧୩ ମସିହାରୁ କାଠ କାମ ଆରମ୍ଭ କରି ବେଶ ପ୍ରଶଂସା ଲାଭ କରିଥିବା ଜଣାପଡେ। ଭାରତ କୁଟୀର ଶିଳ୍ପ ରେ ଟେଲିଗ୍ରାଫି, ଉଡ଼ କାର୍ଭିଙ୍ଗ, ଶବ୍ଦ କୋଷ ରେ ସମସ୍ୟା ଥିବା କାରଣ ରୁ ଆଟିଷ୍ଟିକ ଉଡ ୱର୍କ ନାମରେ କାମ ଆରମ୍ଭ କରିଥିଲେ।

ପରେ କାଠ ରେ ଲେଖା କଳା ରେ ନିକ୍ଷୁଣ ଓ ପାରଦର୍ଶିତା ଲାଭ କରି ୧୦ ଗୋଟି ଭାରତୀୟ ଭାଷା ରେ ଜାତୀୟ ସଙ୍ଗୀତ କୁ ଲେଖିଛନ୍ତି। ତାଙ୍କର ଏହି କଳା କୃତି ପାଇଁ କାଠରେ ଲିଖିତ ଶିଳ୍ପୀ ସହଦେବ ମହାନନ୍ଦ ରାଜ୍ୟ କଳାକୃତି ସମ୍ମାନରେ ସମ୍ମାନିତ ହେବା ନେଇ ମନୋନୀତ ହୋଇଛନ୍ତି। ତାଙ୍କ ଏହି ସଫଳତା ଜିଲ୍ଲା ପାଇଁ ଏକ ଗର୍ବ ଗୌରମୟୀ ଇତିହାସ ରଚିଯାଇଛନ୍ତି। ତାଙ୍କ ଏହି ସଫଳତା ପାଇଁ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ମଧୁସୂଦନ ଦାସ ସମ୍ବର୍ଦ୍ଧିତ କରି ତାଙ୍କ ଲେଖା ଜାତୀୟ ସଙ୍ଗୀତକୁ ପ୍ରଦର୍ଶିତ କରିଥିଲେ। ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ହୋଇଥିଲେ।
ନୂଆପଡା ରୁ ଫୋଟୋ ନିୟୁଜ ଟାଇମ୍ସ ବ୍ୟୁରୋ।
