କାଶୀପୁରରେ ବଜରଙ୍ଗ ଦଳ ବୈଠକ ଓ ନୂତନ ଦାୟିତ୍ୱ ଘୋଷଣା।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ବାଲିଗୁଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା, ହିନ୍ଦୁ ସମାଜକୁ ସଂଗଠିତ କରିବା ଓ ସ୍ଥାନୀୟ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ନେଇ ଆଲୋଚନା ହୋଇଥିଲା। ସେଥିସହ କାଶୀପୁର ବ୍ଲକ ଓ କାଶୀପୁର ପଞ୍ଚାୟତ ପାଇଁ ବଜରଙ୍ଗ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଘୋଷଣା କରାଗଲା। ନୂତନ ଦାୟିତ୍ୱପ୍ରାପ୍ତ ଭାବେ ଟିକିରି ପଞ୍ଚାୟତ ପାଇଁ ବିଶ୍ବହିନ୍ଦୁ ପରିଷଦ ସଭାପତି ଭାବେ ପ୍ରଫୁଲ ବେହେରା, ବଜରଙ୍ଗ ଦଳ କାଶୀପୁର ବ୍ଲକ ସହ ସଂଯୋଜକ,ଜିତେନ୍ଦ୍ର ବେହେରା , କାଶୀପୁର ପଞ୍ଚାୟତ ସଂଯୋଜକ ପବିତ୍ର ବେହେରା, ସହ-ସଂଯୋଜକ:ବାଦଲ କୁମାର ଖୁଣ୍ଟିଆ,ମିଳନ କେନ୍ଦ୍ର ପ୍ରମୁଖ: କାର୍ତ୍ତିକ ମାଝୀ ,
ସୁରକ୍ଷା ପ୍ରମୁଖ: ଶୁଭମ ଖୁଣ୍ଟିଆ,ଗୋ ସୁରକ୍ଷା ପ୍ରମୁଖ: ପବନ ଗୌଡ଼,ବଳ ଉପାସନା ପ୍ରମୁଖ:କିସାନ ଗୁରୁ,ବିଧ୍ୟାର୍ଥୀ ପ୍ରମୁଖ: ଇଶ୍ୱର ପୂଜାରୀ ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଂପାଦକ କୁନା ରମେଶ, ଜିଲ୍ଲା ସହ-ସଂପାଦକ ଗୋପୀନାଥ ବ୍ରହ୍ମା,ବଜରଙ୍ଗ ଦଳ ଜିଲ୍ଲା ସହ-ସଂଯୋଜକ ଶସ୍ୟଜ୍ୟୋତି ବେହେରା,ବଜରଙ୍ଗ ଦଳ ବିଭାଗ ସଂଯୋଜକ .ଶକ୍ତି ଧରଣ ,ବଜରଙ୍ଗ ଦଳ କାର୍ଯ୍ୟକର୍ତା ମାନସ ଦାସ , ବଜରଙ୍ଗ ଦଳ କାଶୀପୁର ବ୍ଲକ ସଂଯୋଜକ ନ.କିରଣ,ବିଶ୍ବହିନ୍ଦୁ ପରିଷଦ କାଶୀପୁର ବ୍ଲକ ସଭାପତି ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ଦାୟିତ୍ୱ ଓ ଲକ୍ଷ୍ୟ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ବୈଠକଟି ହିନ୍ଦୁ ସମାଜର ସେବା ଓ ସଂଗଠନର ସୁଦୃଢତା ପାଇଁ ସଙ୍କଳ୍ପ ସହ ସଫଳତାର ସହିତ ସମାପ୍ତ ହୋଇଥିଲା।
ରାୟଗଡା ରୁ ଫୋଟୋ ନିୟୁଜ ଟାଇମ୍ସ ବ୍ୟୁରୋ।
