କିନ୍ନରଙ୍କ ମୃତ୍ୟୁ ଘଟଣାର ନ୍ୟାୟ ଏବଂ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି କିନ୍ନର ସମାଜ

କିନ୍ନରଙ୍କ ମୃତ୍ୟୁ ଘଟଣାର ନ୍ୟାୟ ଏବଂ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି କିନ୍ନର ସମାଜ।
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର କିନ୍ନର ଅଜିତ ବିଷୋୟୀଙ୍କ ଆତ୍ମହତ୍ୟା ଘଟଣାରେ ବୁଧୁବାର ଦିଗପହଣ୍ଡି-ଚିକିଟି ରୋଡ କାଳିଆ ନଗର ବାସିନ୍ଦା ଉମେଶ ମହାରଣା ଓରଫ ବବୁଲକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତା’ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ “ସଖୀ” କିନ୍ନର ସଂଘ ପକ୍ଷରୁ ଦିଗପହଣ୍ଡି ଥାନା ଘେରାଉ କରାଯିବା ସହ ନାରାବାଜି କରାଯାଇଥିଲା । ଚିକିଟି ଏସ.ଡି.ପି.ଓ ବିଶ୍ଵନାଥ ହରପlଲ ଉତ୍ୟକ୍ତ କିନ୍ନରଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନାପ୍ରକାରେ, ୧୧ ତାରିଖ ସକାଳୁ ଦିଗପହଣ୍ଡି ଭୁଇ ବାଉରୀ ସାହି ଦଣ୍ଡନାଚ ପାର୍ଟି ଫାସିଗୁଡା ଗ୍ରାମରେ ନାଟକ ପରିବେଷଣ କରୁଥିଲେ କିନ୍ତୁ ହଟାତ ଶନିବାର ସକାଳୁ ନାଟକ ସମାପ୍ତ ହେବା ପରେ କିନ୍ନ‌ର ଅଜିତ ଆତ୍ମହତ୍ୟା କରିଦେଇ ଥିବା ଦେଖିବାକୁ ମିଳିଥିଲା ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ପରେ ମାନସିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା। କିନ୍ନର ଅଜିତ ଓ ଅଭିଯୁକ୍ତ ଉମେଶ ଉଭୟ ଦଣ୍ଡନାଚରେ ଡ୍ୟାନ୍ସର ଭାବେ କାମ କରୁଥିଲେ। ଉଭୟ ବ୍ରହ୍ମପୁର ଗାନ୍ଧୀନଗରରେ ଏକ ଭଡା ଘରେ ରହୁଥିଲେ ।

ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଭିଯୁକ୍ତ ଉମେଶ ବିଭିନ୍ନ ସମୟରେ ଅଜିତଙ୍କୁ ଟଙ୍କା ମାଗୁଥିଲେ। ଟଙ୍କା ନଦେଲେ ମାରପିଟ୍ କରିବା ସହ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ । ଚଳିତବର୍ଷ ଉଭୟ ଦଣ୍ଡନାଚରେ ନାଟକ ପରିବେଷଣ ନିମନ୍ତେ ମୁମ୍ବାଇ ଓ ସୁରତରୁ ବହୁ କିନ୍ନରଙ୍କୁ ଡାକିଥିଲେ । ସେ ସେମାନଙ୍କୁ ଗଞ୍ଜାମ ଜିଲାର ବିଭିନ୍ନ ଦଣ୍ଡନାଚକୁ ପଠାଇଥିଲେ । ଏପ୍ରିଲ ୧୦ ତାରିଖ ଦିନ ସେମାନେ କନିଷିରେ ନାଟକ ପରିବେଷଣ ସରିବା ପରେ ବିଶ୍ରାମ ନେଉଥିବା ସମୟରେ ଅଜିତ ଓ ଉମେଶଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଫଳରେ ଉମେଶ ଓ ଅଜିତ ଅଲଗା ଅଲଗା ହୋଇଯାଇଥିଲେ । ପୁଣି ତା ପରଦିନ ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମରେ ବସାଘରେ ବିଶ୍ରାମ ନେଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଅଜିତ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ । ଶନିବାର ସକାଳୁ ଘର ମାଲିକ ସାଇକେଲ ନେବାକୁ ଆସିବା ପରେ କବାଟ ଖୋଲା ରହିଥ‌ିବା ଦେଖିଥିଲେ । ଘର ଭିତରକୁ ଯାଇ ଯାଞ୍ଚ ବେଳେ କିନ୍ନର ଅଜିତଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ଏ ନେଇ ଥାନାରେ ଏକ ମାମଲା(୧୪୧/୨୫) ରୁଜୁ ହୋଇଥିଲା । ଅଭିଯୁକ୍ତ ଉମେଶ କିନ୍ନ‌ର ଅଜିତଙ୍କୁ ମାନସିକ ଯନ୍ତ୍ରଣା ଦେଉଥ‌ିବା ଜଣାପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି । କିନ୍ତୁ ଦିଗପହଣ୍ଡି ଆଇ ଆଇ ସି ପ୍ରଶାନ୍ତ ପାତ୍ର ଙ୍କ ତଦନ୍ତ ସଠିକ ନୁହେଁ ବୋଲି ଅନ୍ୟ କିନ୍ନର ମାନେ ଅଭିଯୋଗ ଆଣି ଦିଗପହଣ୍ଡି ଥାନା କୁ ଘେରାଉ କରିଥିଲେ ଓ ଉପଯୁକ୍ତ ନ୍ୟାୟ ଦାବି କରିବା ସହ ଏହାର ଉଚ୍ଚ ତଦନ୍ତ କରିବାକୁ ଦାବି କରିଛନ୍ତି।

ଗଞ୍ଜାମ ରୁ ଫଟୋ ନ୍ୟୁଜ ଟାଇମ୍ସ ର ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀ ରିପୋର୍ଟ

Leave a Reply

Your email address will not be published. Required fields are marked *