କୁଣ୍ଡା ବସ୍ତା ଭିତରେ ନେଉଥିଲେ ଗଞ୍ଜେଇ, ମାଡିବସିଲା ମୋହନା ପୋଲିସ ।

ଗଜପତି ଜିଲା ମୋହନା ଥାନା କଲେଜ ଛକ ତାରିଣୀ ମନ୍ଦିର ନିକଟରୁ ଏକ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ପୋଲିସକୁ ଦେଖି ଗାଡି ରାସ୍ତା କଡରେ ରଖି ଚମ୍ପଟ ମାରିଛି ଅଭିଯୁକ୍ତ। ଘଟଣାର ତଦନ୍ତ ଚାଲିଛି ବୋଲି ମୋହନା ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି। ବୁଧବାର ରାତିରେ ସ୍ଥାନୀୟ କଲେଜ ଛକରେ ମୋହନା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ପିକଅପ ଭ୍ୟାନ (ଓଡି ୦୭ ଏଜେ ୭୨୧୪) ରାସ୍ତାରେ ରଖିଦେଇ ଡ୍ରାଇଭର ଚମ୍ପଟ ମାରିଥିଲା । ଭ୍ୟାନରେ କିଛି କୁଣ୍ଡା ବସ୍ତା ଥିବାବେଳେ ତା’ ଭିତରେ ଗଞ୍ଜେଇ ଥିବା ଦେଖୀବାକୁ ମିଳିଥିଲା । ଆର.ଉଦୟଗିରି ଏସଡ଼ିପିଓ ସୁରେଶ ତ୍ରିପାଠୀଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଥାନା ପକ୍ଷରୁ ସୂଚନା ଦେଇଛନ୍ତି । ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ପିକଅପ ଭ୍ୟାନ ଓ ଗଞ୍ଜେଇ ଜବତ କରି ତଦନୁ କରୁଥିବା ଥାନା ଅଧିକାରୀ କହିଛନ୍ତି।
ଫଟୋ ନ୍ୟୁଜ ଟାଇମସ ର ପୁପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *