କୁମାରଗୁଡା ବୁଢାରଜା ୟୁଥ କ୍ଳବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ।

କୁମାରଗୁଡା ବୁଢାରଜା ୟୁଥ କ୍ଳବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ।
ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ କୁମାର ଗୁଡା ବୁଢ଼ାରଜା ୟୁଥ କ୍ଳବର ଉଦ୍ୟମ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟିକରିଛି। ବୁଢ଼ାରଜା ୟୁଥ କ୍ଲବର ସଦସ୍ୟ ମାନେ ଗାଁ ପରିବେଶ, ସୁସ୍ଥ ସମାଜ ଗଠନ ‌ ଦିଗରେ ଅଗ୍ରସର ହୋଇଛନ୍ତି। ତେଵେ ବୁଢ଼ାରଜା ୟୁଥ କ୍ଳବ ପକ୍ଷରୁ ଅନେକ ନିରୀହ ଲୋକଙ୍କୁ ସହାୟତାର ହାତ ବଡେଇ ଆସୁଥିବା ବେଳେ ଆଜି ରୋଘାଗୁଡା ବସଷ୍ଟପ, ରାସ୍ତା କଡରେ ଥିବା ଆବର୍ଜନା ଓ ଅନାବନା ଗଛ କାଟି ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନବାନ ହେବା ଶହ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ।

ବୁଢାରଜା ୟୁଥ କ୍ଲବର ସଭାପତି ହରିଶଚନ୍ଦ୍ର ସାହୁ ଓ ସମ୍ପଦକ ରାଜେଶ ନାଏକ ଙ୍କ ନେତୃତ୍ବରେ ଏହି ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କ୍ଳବର ସଦସ୍ୟା ପିଣ୍ଟୁ ଲାଲସି,ରତିକାନ୍ତ,ସୁଦାମା ହରିଜନ,ସୁମିତ ନାଏକ ଓ ଦୟାରମା ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଗାଁର ମୁଖ୍ୟ ରାସ୍ତା କଢ଼ରେ ଜମି ରହିଥିବା ପାଣି, ବସ ଷ୍ଟପ, ଅନାବନା ଗଛ ପ୍ଲାଷ୍ଟିକ ଆବର୍ଜନା ସାମଗ୍ରୀ ସଂଗ୍ରହ କରି ରାସ୍ତା ଘାଟ ସଫେଇ କରିଥିଲେ l ଆଗକୁ ପଞ୍ଚାୟତର ସମସ୍ତ ଗାଁରେ ଏଭଳି ସଚେତନତା ବାର୍ତା ଦେବା ସହ ପରିବେଶ ସୁରକ୍ଷା ଓ ସଫେଇ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ ନ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *