କୁଷ୍ଠରୋଗୀ ମାନଙ୍କୁ ସହାୟତାର ହାତ

 

ମାନବ ସେବା ହିଁ ମାଧବ ସେବା । ଏହି ଅଭିମୁଖ୍ୟ ନେଇ ଖୋର୍ଦ୍ଧାଜିଲ୍ଲା ଭାତକୁଡି ଠାରେ ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ ପକ୍ଷରୁ ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଭିଭକ୍ତ ପୁରୀ ଜିଲ୍ଲାର ବିଭିନ୍ନ କୁଷ୍ଠାଶ୍ରମରୁ ଆସିଥିବା ୧୫ଶହରୁ ଉର୍ଦ୍ଧ ଅନ୍ତୋବାସୀ, ଭିନ୍ନକ୍ଷମ ଓ ଭିକ୍ଷାବୃତି କରୁଥିବା ଲୋକମାନଙ୍କୁ ବସ୍ତ୍ର, କମ୍ବଳ, ମଶାରୀ, ପାଲ, ଔଷଧ ବଂଟନ କରାଯାଇଛି । ଯାହାକୁ ନେଇ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ଅନୁଷ୍ଠାନର ସଂପାଦକ ଲଲାଟ କିଶୋର ପୃଷ୍ଠିଙ୍କ ପୁଅ ଗ୍ୟାଷ୍ଟୋଲୋଜି ବିଭାଗର ଡ଼ାକ୍ତର ହୋଇଥିବା ବେଳେ, ଏହି ଅସହାୟ ଲୋକଙ୍କ ପାଇଁ ଏକ ମାଗଣା ଚିକିତ୍ସାଳୟ ଖୋଲିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।


ଗୋଟିଏ ଟମ୍ବୁ ତଳେ ଏକାଠି ହୋଇଛନ୍ତି ଶହଶହ ଦିବ୍ୟାଙ୍ଗ, ଭିକ୍ଷାବୃତି ଲୋକ ଓ କୁଷ୍ଠାଶ୍ରମର ଅନ୍ତେବାସୀମାନେ । ଏମାନେ ପ୍ରତିବର୍ଷ ପୁରୀ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କୁଷ୍ଠାଶ୍ରମରୁ ଏଠାକୁ ଆସିଥାନ୍ତି । ଆଉ ଏମାନଙ୍କ ପାଇଁ ସାହାର୍ଯ୍ୟର ହାତ ବଢାଇଛି ରାଧାକୃଷ୍ଣ ସୋସିଓ କଲଚୁରାଲ ଦରିଦ୍ର ନାରାୟଣ ସେବା ସଂଘ । ପ୍ରତିବର୍ଷ ପରି ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ଭାତକୁଡି ଠାରେ ଏକ ଉତ୍ସବ ମାଧ୍ୟମରେ କୁଷ୍ଟରୋଗୀ ମାନଙ୍କୁ ଔଷଧ, ଜରିପାଲ, ବସ୍ତ୍ର, ମଶାରୀ ଓ କମ୍ବଳ ବଂଟନ କରାଯିବା ସହ ଆର୍ଥିକ ସାହାର୍ଯ୍ୟ ଦିଆଯାଇଥିଲା । ଏଥିସହ ବର୍ଷ ତମାମ ସେମାନଙ୍କ ଆଶ୍ରମରେ ମଧ୍ୟ ଔଷଧ ଓ ଭତା ବଂଟନ କରାଯାଉଥିବାରୁ ହିତାଧିକାରୀମାନେ ଖୁସିବ୍ୟକ୍ତ କରିଛନ୍ତି । ଲଲାଟ ପୃଷ୍ଟି ଯେକି ଦରିଦ୍ର ନାରାୟଣ ସେବା ସଂଘର ସମ୍ପାଦକ ଅଟନ୍ତି। ସେ ଆମ କ୍ୟାମେରା ଟିମ ସମ୍ମୁଖରେ ବକ୍ତବ୍ୟ ରଖିଛନ୍ତି।

କୈାଣସି ସରକାରୀ ସାହାର୍ଯ୍ୟ ବିନା କେବଳ ବ୍ୟକ୍ତିଗତ ଖର୍ଚ୍ଚ ଓ ବଦାନ୍ୟ ବ୍ୟକ୍ତିମାନଙ୍କ ସାହାର୍ଯ୍ୟରେ ରାଧାକୃଷ୍ଣ ସୋସିଓ କଲଚୁରାଲ ଗତ ୩୫ବର୍ଷ ଧରି ଏହି ସେବା ଯୋଗାଇ ଆସୁଛି । ଆଉ ଜୀବନର ଅନ୍ତିମ ଦିବସ ପର୍ଯ୍ୟନ୍ତ ଅସହାୟ, ନିରାଶ୍ରୟ ଓ କୁଷ୍ଠରୋଗୀମାନଙ୍କ ସେବା କରୁଥିବି ବୋଲି ଅନୁଷ୍ଠାନର ସଂପାଦକ ଲଲାଟ କିଶୋର ପୃଷ୍ଟି କହିଛନ୍ତି ।
ଖୋର୍ଦ୍ଧାରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ ଜି ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *