ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳର ଲୋକେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି l ବ୍ୟବସାୟ ବଢ଼ାଇବା ପାଇଁ ଯେଭଳି କିଛି ବର୍ଷ ତଳେ “ବୋଲବମ” ପରମ୍ପରା ସୃଷ୍ଟି କରାଯାଇଥିଲା, ସେଇଭଳି ଚତୁର ବ୍ୟବସାୟୀ ମାନେ ” ଭାଇକୁ ଗାମୁଛା ଦିଅ” ର ଏକ ପରମ୍ପରା ସୃଷ୍ଟି କରିଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ସଚେତନତା ଅଭାବ ଯୋଗୁଁ ଆଦିବାସୀଙ୍କ ସରଳତା ଦେଖି ଅନେକ ବ୍ୟବସାୟୀ ନିଜ ବ୍ୟବସାୟ ବଢ଼େଇବା ପାଇଁ ଲୋକଙ୍କ ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ କରୁଛନ୍ତି। ନିଜ ବ୍ୟବସାୟ ମାନ୍ଧାଅବସ୍ଥା ଦେଖି ସରଳ ନିରୀହ ଆଦିବାସୀଙ୍କୁ ମୋହୋରା ସଜେଇ କହୁଛନ୍ତି ନିଜ ଭାଇଙ୍କୁ ଗାମୁଛା ଦିଅ ନଚେତ ଗାମୁଛା ନ’ଦେଲେ ବିପଦ ପଡ଼ିବ ବୋଲି ଅପପ୍ରଚାର କରୁଛନ୍ତି। ଲୋକେ ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ ହୋଇ ଅନ୍ଧ ବିଶ୍ୱାସକୁ ସହଜରେ ଗ୍ରହଣ କରୁଛନ୍ତି l କଥାଟା ସେତିକି ନୁହେଁ ନିଜ ଭାଇ ସମେତ ଗାଁରେ ଯେତେବି ସମ୍ପର୍କୀୟ ଭାଇ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଗାମୁଛା ଦେବାକୁ ପଡୁଛି l ଏହା ସହ ଭାଇ ଘରକୁ ଭଉଣୀ ଆସିଲେ ଭଉଣୀଙ୍କୁ ଖଣ୍ଡେ ଶାଢ଼ୀ ଦେବା ସହ ତାଙ୍କୁ ସନ୍ମାନତାର ସହିତ ଅତିଥି ସତ୍କାର କରିବାକୁ ପଡୁଥିବାବେଳେ ଭାଇକୁ ମଧ୍ୟ ଅନେକ ଖର୍ଚ୍ଚ କରିବାକୁ ପଡୁଛି। ଏପରି ଭାବେ ଏହି ଅନ୍ଧବିଶ୍ୱାସରେ ବସବର୍ତ୍ତୀ ହୋଇ ଉପାନ୍ତ ଅଞ୍ଚଳର ଅନେକ ଆଦିବାସୀ ଲୋକମାନଙ୍କୁ ଆୟଠାରୁ ଅଧିକ ଖର୍ଚ କରିବାକୁ ପଡୁଛି। ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କନ୍ଧସାର୍ଲି ଗାଁର ସୀତା ମାଝୀଙ୍କ ସ୍ତ୍ରୀ ସମ୍ବରୀ ମାଝୀ ସ୍ୱାମୀ ସ୍ତ୍ରୀ ମିସି ଭାଇ ଘର କମଲେଇ ଗାଁକୁ ଯାଇ ଗାମୁଛା ଦେଇଥିଲେ l ସେହିଠାରୁ ନିଜ ଭଣଜା ବାଇକ ଯୋଗେ ଦୁଇ ସ୍ୱାମୀ ସ୍ତ୍ରୀ ଙ୍କୁ କନ୍ଦସାର୍ଲି ଗାଁକୁ ଛାଡି ଆସୁଥିବା ବେଳେ କୁମାର ଗୁଡା ଛକ ନିକଟରେ ବାଇକ ଉପରୁ ଖସି ପଡ଼ିଥିଲେ l ସେ ବେନଗାଁ ଡାକ୍ତର ଖାନରେ ପ୍ରାଥମିକ ଚିକିତ୍ସା ପରେ ସାଙ୍ଘାତିକ ହେବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଗତ ରାତିରେ ତାଙ୍କ ମୃତ୍ୟୁ ଘଟିଛି l ତେଵେ ଗାଁ ମାନଙ୍କରେ ସଚେତନତା ଅଭାବ ଯୋଗୁଁ କୁସଂସ୍କାର ଅନ୍ଧ ବିଶ୍ୱାସ ରହିଥିବା ବେଳେ ଅନ୍ଧ ବିଶ୍ୱାସକୁ ନେଇଁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉ ବୋଲି ସାଧାରଣରେ ଦାବି ହେଉଛି l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
କୁସଂସ୍କାର ଅନ୍ଧ ବିଶ୍ୱାସ ରହିଥିବା ବେଳେ ଚତୁର ବ୍ୟବସାୟୀ ମାନେ ଭାଇକୁ ଗାମୁଛା ଦିଅ
